‘ଦୁଇ ସପ୍ତାହରେ ପିକ୍‌ ଛୁଇଁପାରେ କରୋନା’

ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ସଂକ୍ରମଣ ଏବେ ବଢ଼ିବାରେ ଲାଗିଛି। ଜୁଲାଇ ମାସରେ ସଂକ୍ରମଣ ରୋକିବାକୁ ସତର୍କତା ଅବଲମ୍ବନ କରିବା ଜରୁରୀ। ବଢୁଥିବା ସଂକ୍ରମଣ ଆଉ ଦୁଇ ସପ୍ତାହ ପରେ ପିକ୍‌ ଛୁଇଁବାର ସମ୍ଭାବନା ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ଚଳିତ ମାସ ଶେଷ ଆଡକୁ ପୁଣି ଧୀରେ ଧୀରେ ସଂକ୍ରମଣ ହ୍ରାସ ପାଇବା । ଅତି ବେଶୀରେ ସଂକ୍ରମିତ ସଂଖ୍ୟା ଏକ ହଜାରରୁ ଟପିବ ନାହିଁ।ବ୍ୟାପକ ଟିକାକରଣ ଯୋଗୁଁ କୋଭିଡ ବିରୋଧରେ ଲଢ଼ିବା ପାଇଁ ଲୋକଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି ବଢିଛି ।

Share