କଟକ ଅଫିସ,୨୬।୭: ରେଭେନ୍ଶା ବିଶ୍ୱବିଦ୍ୟାଳୟର ଜଗନ୍ନାଥ ଛାତ୍ରାବାସରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ପୁଅ ଶନିବାର କରୋନା ଆକ୍ରାନ୍ତ ହୋଇଛନ୍ତି। ଯୁବକ ଜଣଙ୍କ ହାୱଡା ମୋର୍ଟସଠାରେ ଥିବା ଏକ ପେଟ୍ରୋଲ ପମ୍ପରେ କାର୍ଯ୍ୟ କରୁଥିଲେ। ତାଙ୍କର ସ୍ବାବ୍ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ପଜିଟିଭ ଆସିଛି। ଯୁବକ ଜଣଙ୍କ ନିଜ ବାପାଙ୍କ ସହ ରେଭେନ୍ଶା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରହୁଥିଲେ ବୋଲି ଜଣାପଡ଼ିଛି। ଏବେ ରେଭେନ୍ଶା ବିଶ୍ୱବିଦ୍ୟାଳୟ ପରିସରରେ କରୋନାର ଭୟ ଦେଖାଦେଇଛି। ଆକ୍ରାନ୍ତଙ୍କ ବାପା ତଥା ରେଭେନ୍ଶାର କର୍ମଚାରୀ ଜଣଙ୍କ ଇତି ମଧ୍ୟରେ ବିଶ୍ୱବିଦ୍ୟାଳୟର ଅନେକ କର୍ମଚାରୀ, ଅଧିକାରୀଙ୍କ ସଂସ୍ପର୍ଶରେ ଆସିଛନ୍ତି।