ମହାରାଷ୍ଟ୍ରରେ କରୋନା ବେକାବୁ: ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହଜାର ଟପିଲା

ମୁମ୍ବାଇ,୧୫।୩: ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବା ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ମହାରାଷ୍ଟ୍ରରେ ଗୋଟି, ଦିନରେ ସର୍ବାଧିକ ୧୬ ହଜାର ୬୨୦ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ରାଜ୍ୟରେ ୫୦ ଜଣଙ୍କ ମୃତ୍ୟୁ ଘଟିଛି। ମୁମ୍ବାଇରେ ୧,୯୬୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପୁଣେରେ ୧,୭୮୦, ଔରଙ୍ଗାବାଦରେ ୭୫୨, ନାନ୍ଦେଦ୍‌ରେ ୩୫୧, ପିମ୍ପିରି ଚିନଚାଓ୍ବଡ୍‌ରେ ୮୦୬, ଅମରାବତୀରେ ୨୦୯ ଏବଂ ନାଗପୁରରେ ୧,୯୭୬ ଜଣଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସୁରକ୍ଷାଦୃଷ୍ଟିରୁ ନାଗପୁରରେ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି। ରାଜ୍ୟରେ କରୋନା ପୁଣି ଫେରିଥିବାରୁ ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Share