ଦେଶରେ କରୋନା ଅଣାୟତ୍ତ: ୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଟପିବା ଆଶଙ୍କା

ନୂଆଦିଲ୍ଲୀ, ୧୫।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୯ ହଜାର ୪୨୯ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୫୮୨ ଜଣଙ୍କ ମୃତ୍ୟୁ ଘଟିଛି। ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୬ ହଜାର ୧୮୧ ଛୁଇଁଛି। ଅପରପକ୍ଷରେ ମୃତ୍ୟ ସଂଖ୍ୟା ୨୪ ହଜାର ୩୦୯ରେ ପହଞ୍ଚିଛି। ଏବେ ପ୍ରତିଦିନ ୨୯ ହଜାରରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି। ଏଭଳି ଧାରା ଜାରି ରହିଲେ ଆଉ ୨ ଦିନ ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଟପିବାର ଆଶଙ୍କା ଦେଖାଦେଇଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନଯୋଗ୍ୟ, ଇତିମଧ୍ୟରେ ଦେଶରେ ୫ ଲକ୍ଷ ୯୨ ହଜାର ୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୩ ଲକ୍ଷ ୧୯ ହଜାର ୮୪୦ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୩ ବର୍ଷ ପରେ କୁଏତ ଗସ୍ତ କରିଛନ୍ତି ମୋଦି, ଏସବୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ କରିବେ ଆଲୋଚନା

କୁଏତ୍‌,୨୧ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦୁଇ ଦିନିଆ ଗସ୍ତରେ ଯାଇ କୁଏତରେ ପହଞ୍ଚିଛନ୍ତି। ଯେଉଁଠାରେ ସେ କୁଏତ ନେତୃତ୍ୱଙ୍କ ସହ ଆଲୋଚନା କରିବେ। କୁଏତର...

ତାଶି ନାମଗାଲ୍‌ କିଏ? ଯାହାଙ୍କ ନିଧନରେ ଶୋକବ୍ୟକ୍ତ କଲା ଭାରତୀୟ ସେନା, କାର୍‌ଗିଲ ଯୁଦ୍ଧରେ…

ନୂଆଦିଲ୍ଲୀ,୨୧।୧୨: କାର୍‌ଗିଲ ଯୁଦ୍ଧର ପ୍ରଚ୍ଛଦ ପଟର ନାୟକ ଆଉ ନାହାନ୍ତି। ୧୯୯୯ରେ କାର୍‌ଗିଲ ସେକ୍ଟରରେ ପାକିସ୍ତାନର ଅନୁପ୍ରବେଶ ବିଷୟରେ ଭାରତୀୟ ସୈନିକମାନଙ୍କୁ ସୂଚନା ଦେଇଥିବା ମେଷପାଳକ...

ବୋହୂଙ୍କୁ ଉଲଗ୍ନ କରି ଲୁହା ରଡ୍‌ ଚେଙ୍କ ଦେବା ସହ ପ୍ରାଇଭେଟ୍‌ ପାର୍ଟରେ ଲଙ୍କାଗୁଣ୍ଡ ଭର୍ତ୍ତି କଲେ ଶାଶୁଘର ଲୋକେ

ଭୋପାଳ,୨୧ା୧୨: ଥମୁନି ବଧୂ ନିର୍ଯାତନା। ଜଣେ ମହିଳାଙ୍କୁ ତାଙ୍କ ଶାଶୁଘର ଲୋକେ ଉଲଗ୍ନ କରି ନିର୍ଧୂମ ପିଟିବା ସହ ଲୁହା ରଡ୍‌ରେ ଚେଙ୍କ ଦେଇଥିବା ଅଭିଯୋଗ...

ଯୋଗୀ ଆଦିତ୍ୟନାଥଙ୍କ ଯିବ ମୁଖ୍ୟମନ୍ତ୍ରୀ ପଦ! କୋର୍ଟରେ ପହଞ୍ଚିଲା ମାମଲା

ଲକ୍ଷୌ,୨୧।୧୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ଦାବି କରି ଆହ୍ଲାବାଦ ହାଇକୋର୍ଟରେ ଏକ ମାମଲା ଦାଖଲ ହୋଇଛି। ସିଭିଲ ଲିବର୍ଟିସ ପିପୁଲ୍ସ ୟୁନିଅନର ଉତ୍ତରପ୍ରଦେଶ...

ଅଡୁଆରେ ପଡିଲେ ଅରବିନ୍ଦ କେଜ୍‌ରିୱାଲ, ଏହି ମାମଲାରେ…

ନୂଆଦିଲ୍ଲୀ,୨୧।୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ଏକ୍ସାଇଜ ପଲିସି ମାମଲାରେ ଅରବିନ୍ଦ କେଜ୍‌ରିୱାଲଙ୍କ...

Parliament Winter Session: ୮୪ କୋଟି ଟଙ୍କା ନଷ୍ଟ! ୨୦ଦିନରେ ଏତେ ହୋଇଛି କ୍ଷତି

ନୂଆଦିଲ୍ଲୀ,୨୧।୧୨: ସଂସଦର ଉଭୟ ଗୃହ, ଲୋକ ସଭା ଏବଂ ରାଜ୍ୟ ସଭାକୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ସଂସଦର ଚଳିତ ଶୀତକାଳୀନ ଅଧିବେଶନରେ ୨୦ଟି...

ରାମମନ୍ଦିର ନିର୍ମାଣ ଦ୍ୱାରା କେହି ହିନ୍ଦୁ ନେତା ହୋଇଯାଆନ୍ତି ନାହିଁ: ମୋହନ ଭାଗବତ

ପୁଣେ,୨୧ା୧୨: ରାମ ମନ୍ଦିର ନିର୍ମାଣ କରି କେହି ହିନ୍ଦୁ ନେତା ହୋଇଯାଆନ୍ତି ନାହିଁ ବୋଲି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଗୁରୁବାର...

ରାହୁଲଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ

ନୂଆଦିଲ୍ଲୀ,୨୧ା୧୨: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଇଣ୍ଡିଆ ବ୍ଲକ୍‌ ସ୍ବାଧିକାର ଭଙ୍ଗ ନୋଟିସ ଦେଇଥିବାବେଳେ ଭାଜପା ପକ୍ଷରୁ ଶୁକ୍ରବାର କଂଗ୍ରେସ ନେତା ରାହୁଲଙ୍କ ଗାନ୍ଧୀଙ୍କ ବିରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri