ଦେଶରେ କରୋନା ଅଣାୟତ୍ତ: ୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଟପିବା ଆଶଙ୍କା

ନୂଆଦିଲ୍ଲୀ, ୧୫।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୯ ହଜାର ୪୨୯ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୫୮୨ ଜଣଙ୍କ ମୃତ୍ୟୁ ଘଟିଛି। ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୬ ହଜାର ୧୮୧ ଛୁଇଁଛି। ଅପରପକ୍ଷରେ ମୃତ୍ୟ ସଂଖ୍ୟା ୨୪ ହଜାର ୩୦୯ରେ ପହଞ୍ଚିଛି। ଏବେ ପ୍ରତିଦିନ ୨୯ ହଜାରରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି। ଏଭଳି ଧାରା ଜାରି ରହିଲେ ଆଉ ୨ ଦିନ ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଟପିବାର ଆଶଙ୍କା ଦେଖାଦେଇଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନଯୋଗ୍ୟ, ଇତିମଧ୍ୟରେ ଦେଶରେ ୫ ଲକ୍ଷ ୯୨ ହଜାର ୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୩ ଲକ୍ଷ ୧୯ ହଜାର ୮୪୦ ଚିକିତ୍ସିତ ହେଉଛନ୍ତି।

Share