କରୋନା ଛାଟ: ୨ ବର୍ଷ ଯାଏ ନୂଆ ପଦବୀ ନାହିଁ, ଅଫିସରଙ୍କୁ ଏସବୁ ମନା

ଭୁବନେଶ୍ୱର,୭।୭(ବ୍ୟୁରୋ): କରୋନା ମହାମାରୀ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଙ୍ଗଳବାର ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତା ୨ ବର୍ଷ ଯାଏ ନୂଆ ପଦବୀ ସୃଷ୍ଟି ହେବ ନାହିଁ। କେବଳ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ପୋଷ୍ଟ ବାହାରିବ। ଏପରିକି ଆସନ୍ତା ୨ ବର୍ଷ ମଧ୍ୟରେ କୌଣସି ବିଭାଗ ନୂଆ ଗାଡ଼ି କିଣିପାରିବ ନାହିଁ। ସରକାରୀ ଖର୍ଚ୍ଚରେ ଅଫିସରମାନେ ବିଦେଶ ଗସ୍ତ କରିପାରିବେ ନାହିଁ। ବିଜିନେସ୍‌ କ୍ଲାସରେ ବିମାନ ଯାତ୍ରା କରିପାରିବେ ନାହିଁ। ଏଥିସହ ସରକାରୀ ଅଧିକାରୀଙ୍କୁ ପ୍ରଥମ ଶ୍ରେଣୀ ଏସି ଟ୍ରେନ୍‌ରେ ଯାତ୍ରା ସମ୍ପୂର୍ଣ୍ଣ ମନା। ବଡ଼ ହୋଟେଲରେ ମିଟିଂ, ସେମିନାର, ଓ୍ବାର୍କସପ୍‌ ମନା। ଏସବୁ ନ କରି ଭିଡିଓ କନ୍‌ଫରେନ୍ସିଂକୁ ପ୍ରାଧାନ୍ୟ ଦେବାକୁ ସବୁ ବିଭାଗକୁ ପ୍ରମୁଖ ସଚିବ ଅଶୋକ ମୀନା ମଙ୍ଗଳବାର ଚିଠି ଲେଖିଛନ୍ତି।

Share