ଚାଇନାରେ ପୁଣି କରୋନା ଆତଙ୍କ, ସାଙ୍ଘାଇରେ ବଢ଼ିଲା ମୃତ୍ୟୁ ସଂଖ୍ୟା…

ବେଜିଂ,୧।୧୧: କରୋନା ମହାମାରୀ ପୁଣି ଥରେ ଚାଇନାରେ ଆତଙ୍କ ସୃଷ୍ଟି କରିଛି। ଦେଶର ବହୁ ସହରରେ ଶୂନ କରୋନା ନୀତି ଅନୁଯାୟୀ ସରକାର ଲକଡାଉନ ଘୋଷଣା କରିଛନ୍ତି। ସଂକ୍ରମଣକୁ ଦୃଷ୍ଟିରେ ରଖି ସୋମବାର, ସାଂଘାଇର ଡିସ୍ନିଲ୍ୟାଣ୍ଡକୁ ହଠାତ ବନ୍ଦ କରାଯାଇଛି। ଏହାର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ସାଂଘାଇ ଡିସ୍ନିଲ୍ୟାଣ୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ଯେ,ଥିମ ପାର୍କ ଏବଂ ଏହାର ଆଖପାଖ ସୁବିଧା ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ବନ୍ଦ ରହିବ।

ଜନ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ, ଗତ ୨୮ ଦିନ ମଧ୍ୟରେ ସାଂଘାଇରେ ମୋଟ ୬୪,୨୮୨ ମାମଲା ପଞ୍ଜିକୃତ ହୋଇଛି। ଯେଉଁଥିରେ ୯୭ ଜଣ ନୂଆ ଆକ୍ରାନ୍ତ ଥିବାବେଳେ ୫୯୫ ଜଣଙ୍କର ମୃତ୍ୟୁ ଘଟିଛି। ଏଥି ସହିତ, ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗତ ଏକ ମାସ ମଧ୍ୟରେ ଚାଇନାରେ ୧୭୮,୧୭୮ ମାମଲା ଚିହ୍ନଟ ହୋଇଥିବାବେଳେ ୨୧୨ ଜଣଙ୍କ ମୃତ୍ୟୁ ଘଟିଛି।

Share