ଭାରତ ସମେତ ୧୧ ଦେଶରେ କରୋନା ଆତଙ୍କ: ଡବ୍ଲୁଏଚଓର ଚେତାବନୀ, ଜେଏନ.୧କୁ ଭ୍ୟାରିଆଣ୍ଟ ଅଫ ଇଣ୍ଟ୍ରେଷ୍ଟ ଘୋଷିତ…

ଜେନେଭା/ନୂଆଦିଲ୍ଲୀ,୧୯।୧୨ : କରୋନା ମହାମାରୀ ପୁଣି ଥରେ ମୁଣ୍ଡ ଟେକିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଜେଏନ.୧ ଷ୍ଟ୍ରେନ କୁ ଭ୍ୟାରିଆଣ୍ଟ ଅଫ ଇଣ୍ଟ୍ରେଷ୍ଟ ଘୋଷିତ କରିଛି । ଏହା ମଧ୍ୟ କୁହାଯାଇଛି ଏହା ଜନସ୍ବାସ୍ଥ୍ୟ ପାଇଁ ଅଧିକ ବିପଦ ସୃଷ୍ଟି କରେ ନାହିଁ। ଜେଏନ.୧ ଭ୍ୟାରିଆଣ୍ଟ ପୂର୍ବରୁ ଏହାର ମୂଳ ବଂଶ ବିଏ.୨.୮୬ ର ଏକ ଅଂଶ ଭାବରେ ଭ୍ୟାରିଆଣ୍ଟ ଅଫ ଇଣ୍ଟ୍ରେଷ୍ଟ ଭାବରେ ଶ୍ରେଣୀଭୁକ୍ତ ହୋଇଥିଲା। ଏହାକୁ ଭ୍ୟାରିଆଣ୍ଟ ଅଫ ଇଣ୍ଟ୍ରେଷ୍ଟ ଭାବରେ ଶ୍ରେଣୀଭୁକ୍ତ କରିବା ପରେ ବୈଜ୍ଞାନିକମାନେ ଏହା ଉପରେ ଗବେଷଣା କରିବେ । ସେମାନେ ଦେଖିବେ ଏହା କେତେ ଶୀଘ୍ର ବିସ୍ତାର ହେଉଛି? ଏହା ଜଣଙ୍କୁ କେତେ ଅସୁସ୍ଥ କରିଥାଏ ଏବଂ ଟିକା ଏହା ଉପରେ ପ୍ରଭାବ ପକାଇଥାଏ କି ନାହିଁ? ଡବ୍ଲୁଏଚଓ କହିଛି ସାମ୍ପ୍ରତିକ ପ୍ରମାଣକୁ ଆଧାର କରି, ଜେଏନ.୧ ଦ୍ୱାରା ସୃଷ୍ଟି ହୋଇଥିବା ବିଶ୍ୱର ଜନସ୍ବାସ୍ଥ୍ୟ ପ୍ରତି ବିପଦ ବର୍ତ୍ତମାନ କମ ବୋଲି ବିବେଚନା କରାଯାଉଛି।

ଡବ୍ଲୁଏଚଓ କହିଛି ବିଦ୍ୟମାନ ଟିକାଗୁଡ଼ିକ ଜେଏନ.୧ ଏବଂ କରୋନ ଭୂତାଣୁ ଦ୍ୱାରା ସୃଷ୍ଟି ହୋଇଥିବା ଗୁରୁତର ସମସ୍ୟା ଏବଂ ମୃତ୍ୟୁରୁ ରକ୍ଷା କରିବାରେ ସକ୍ଷମ ଅଟେ। ଭୂତାଣୁ ଶୀଘ୍ର ବଦଳୁଛି ଏବଂ ବିକଶିତ ହେଉଛି । ତେଣୁ ଡବ୍ଲୁଏଚଓ ସଦସ୍ୟ ଦେଶଗୁଡ଼ିକୁ ଦୃଢ଼ ତଦାରଖ ଏବଂ ସିକ୍ୱେନ୍ସି ନେଇ ତଥ୍ୟ ଆଦାନପ୍ରଦାନ ଜାରି ରଖିବାକୁ ଅନୁରୋଧ କରିଥିଲା। ଏପର୍ଯ୍ୟନ୍ତ ଆମେରିକା, ଚାଇନା, ସିଙ୍ଗାପୁର, ଭାରତ ଏବଂ କିଛି ୟୁରୋପୀୟ ଦେଶରେ ଜେଏନ.୧ ସଂକ୍ରମଣ ମାମଲା ଦେଖିବାକୁ ମିଳିଛି।

ଭାରତରେ ମଧ୍ୟ କରୋନା ର ଜେଏନ.୧ ଭ୍ୟାରିଆଣ୍ଟ ମାମଲା ଦେଖିବାକୁ ମିଳିଛି। ଏହା ପୁଣି ଥରେ କରୋନା ବୃଦ୍ଧି ମାମଲାକୁ ନେଇ ଚିନ୍ତା ବଢ଼ାଇଛି। କେରଳରେ ଏହାର ମାମଲା ଦେଖିବାକୁ ମିଳିଛି। ଏନେଇ ରାଜ୍ୟ ସରକାର ସତର୍କ ଅଛନ୍ତି। କେରଳର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ଡାକ୍ତରଖାନାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦେଶରେ ବର୍ତ୍ତମାନ ୧,୯୯୭୦ ସକ୍ରିୟ ମାମଲା ରହିଛି, ସେଥିମଧ୍ୟରୁ ୧,୭୪୯ ଟି କେରଳରେ ଦେଖିବାକୁ ମିଳିଛି। ସୋମବାର ଦିନ ୧୪୨ ଟି ନୂଆ ମାମଲା ପଞ୍ଜିକରଣ ହୋଇଥିଲା, ସେଥିମଧ୍ୟରୁ ୧୧୫ ଟି କେରଳର।
ଭାରତ ସମେତ ଏସିଆର ଅନେକ ଦେଶରେ କରୋନା ମାମଲା ବୃଦ୍ଧି ପାଉଛି। ଚାଇନା, ସିଙ୍ଗାପୁର, ଇଣ୍ଡୋନେସିଆ, ଫିଲିପାଇନ୍ସ ଏବଂ ମାଲେସିଆରେ କୋଭିଡ ମାମଲା ବୃଦ୍ଧି ପାଇଛି। ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷ ଛୁଟି ପୂର୍ବରୁ ଏହି ମାମଲା ବୃଦ୍ଧି ପାଇଛି, ଯାହା ଚିନ୍ତାର ବିଷୟ ପାଲଟିଛି। କେରଳର ମାମଲା ପରେ ପଡୋଶୀ ରାଜ୍ୟ ତାମିଲନାଡୁ ଏବଂ କର୍ନାଟକର ଚିନ୍ତା ବଢ଼ିଛି। ତେବେ ଏହାର ଲକ୍ଷଣ ଅତି ସାଧାରଣ ଏବଂ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ସେପ୍ଟେମ୍ବରରେ ପ୍ରଥମ ଥର ପାଇଁ ଆମେରିକାରେ ଏହାର ସଂକ୍ରମଣ ଦେଖିବାକୁ ମିଳିଥିଲା। ସେବେଠାରୁ ଏହା ୧୧ ଟି ଦେଶକୁ ବ୍ୟାପିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ପର୍ଯ୍ୟାୟରେ ମଧ୍ୟପ୍ରାଚ୍ୟ ଯୁଦ୍ଧ: ଗାଜାରୁ ଲେବାନନ୍‌କୁ ମୁହାଁଇଲେ ଇସ୍ରାଏଲୀ ସୈନ୍ୟ

ବେରୁଟ୍‌/ଜେରୁଜେଲମ୍‌,୨୦ା୯:ଲଗାତର ୨ ଦିନ ଧରି ପେଜର ଓ ଓ୍ବାକିଟକି ବିସ୍ଫୋରଣରେ ଲେବାନନ୍‌ ଥରି ଉଠିଥିବାବେଳେ ଗୁରୁବାର ଇସ୍ରାଏଲ୍‌ ପକ୍ଷରୁ ଏହାର ଦକ୍ଷିଣ ଭାଗରେ ପ୍ରଥମ ପ୍ରତ୍ୟକ୍ଷ...

ପୃଥିବୀଠାରୁ ୪୦୦ କି.ମି. ଉଚ୍ଚରେ ଜନ୍ମଦିନ ପାଳିଲେ ସୁନୀତା ଓ୍ବିଲିୟମ୍ସ

ଓ୍ବାଶିଂଟନ,୧୯ା୯: ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଗୁରୁବାର ୫୯ ବର୍ଷରେ ପଦାର୍ପଣ କରିଛନ୍ତି। ସେ ପୃଥିବୀଠାରୁ ୪୦୦ କିଲୋମିଟର ଉପରେ ଅନ୍ତର୍ଜାତୀୟ ମହାକାଶ...

ପଞ୍ଜୀକୃତ ଡାକ୍ତର ତାଲିକାରୁ ବାଦ୍‌ ପଡିଲେ ସନ୍ଦୀପ୍‌ ଘୋଷ

କୋଲକାତା,୧୯ା୯: ପଶ୍ଚିମବଙ୍ଗ ମେଡିକାଲ କାଉନ୍‌ସିଲ (ଡବ୍ଲ୍ୟୁବିଏମ୍‌ସି) ଗୁରୁବାର ଆର୍‌.ଜି. କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷଙ୍କ ପଞ୍ଜୀକରଣକୁ ବାତିଲ କରିଦେଇଛି। ପଞ୍ଜୀକୃତ ଡାକ୍ତର...

ଗୋଟିଏ ଦିନ ରାହୁଲ ଗାନ୍ଧୀ ହେବାକୁ ଚାହେଁ: କାହିଁକି ଏଭଳି କହିଲେ ବନସୁରୀ ସ୍ବରାଜ

ନୂଆଦିଲ୍ଲୀ,୧୯।୯: ଅରବିନ୍ଦ କେଜରିଓ୍ବାଲଙ୍କ ଇସ୍ତଫା ପରେ ଚର୍ଚ୍ଚାରେ ଦିଲ୍ଲୀ ରାଜନୀତି। ଅରବିନ୍ଦଙ୍କ ଇସ୍ତଫା ଏବଂ ଅତିଶୀ ଦିଲ୍ଲୀର ନୂଆମୁଖ୍ୟ ମନ୍ତ୍ରୀ ହେବାକୁ ନେଇ ସ୍ବର୍ଗତ ସୁଷମା...

ଆଉ କେତେଦିନ ଭାରତରେ ରହିବେ ଶେଖ ହାସିନା? ବ୍ୟସ୍ତ ହୋଇପଡିଲାଣି ବାଂଲାଦେଶ, ଜାଣନ୍ତୁ କ’ଣ କହୁଛି

ଢାକା,୧୯।୯: ବାଂଲାଦେଶରେ ହୋଇଥିବା ହିଂସା ମଧ୍ୟରେ ଭାରତରେ ଆଶ୍ରୟ ନେବା ପରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା...

ଇସ୍ରାଏଲକୁ ବଡ଼ ଧମକ ଦେଲା ହେଜ୍‌ବୋଲ୍ଲା: ସିରିଜ୍ ବିସ୍ଫୋରଣକୁ କହିଲା ଯୁଦ୍ଧର ଘୋଷଣା

ନୂଆଦିଲ୍ଲୀ,୧୯।୯: ଲେବାନନ୍‌ର ସଶସ୍ତ୍ର ସଂଗଠନ ହେଜ୍‌ବୋଲ୍ଲା ମୁଖ୍ୟ ହସନ ନସରୁଲ୍ଲା ସିରିଜ୍ ବିସ୍ଫୋରଣକୁ ନେଇ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ଲଗାତାର ବିସ୍ଫୋରଣ ପରେ ଇସ୍ରାଏଲକୁ କଡ଼ା...

ହିଜବୁଲ୍ଲା ମୁଖ୍ୟଙ୍କ ଭାଷଣ ଶେଷ ହେଉ ହେଉ ବୋମା ବର୍ଷା କଲା ଇସ୍ରାଏଲ, ଆଇଡିଏଫ କହିଲା…

ଜେରୁଜେଲମ,୧୯।୯: ଗତ ଦୁଇ ଦିନ ମଧ୍ୟରେ ଇସ୍ରାଏଲ ଲେବାନନ ଉପରେ ଦୁଇଟି ବଡ଼ ଆକ୍ରମଣ କରିଥିଲା। ପ୍ରଥମେ ମଙ୍ଗଳବାରରେ ଏକ ପେଜର୍‌ ବିସ୍ଫୋରଣ ହୋଇଥିଲା ଏବଂ...

କାହିଁକି ଅବସର ବୟସ ସୀମା ବଢାଇଲା ଚାଇନା, କରଜ ଦେଉଥିବା ଡ୍ରାଗନ ପାଖରେ ନାହିଁ…

ବେଜିଂ,୧୯।୯: ଚାଇନାରେ କ୍ରମାଗତ ଭାବେ ଜନସଂଖ୍ୟା ହ୍ରାସ ଏବଂ କର୍ମଚାରୀଙ୍କ ବୟସ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଅବସର ବୟସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri