ଭାରତରେ ପୁଣି କରୋନା ଆତଙ୍କ, ମହାରାଷ୍ଟ୍ରରେ ସଂକ୍ରମଣ ବଢୁଛି…

ନୂଆଦିଲ୍ଲୀ,୮।୮ : ପୁଣିଥରେ କରୋନା ମହାମାରୀ ଭୂତାଣୁ ଦେଶରେ ନିଜର ପାଦ ବିସ୍ତାର କରୁଛି। ଏଥର କୋଭିଡ-୧୯ ର ନୂତନ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଛି। ଏହି ଭାରିଆଣ୍ଟ ବ୍ରିଟେନରେ ଆତଙ୍କ ସୃଷ୍ଟି କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକ ଏହି ସଂକ୍ରମଣର ଶିକାର ହୋଇଛନ୍ତି। ନୂତନ ଓମିକ୍ରୋମ ସବ ଭାରିଆଣ୍ଟର ନାମ ହେଉଛି ଇଜି.୫.୧ ବା ଏରିସ। କରୋନା ଭାଇରସର ନୂତନ ଭାରିଆଣ୍ଟ, ଓମିକ୍ରୋମ ଇଜି.୫.୧ ଏପର୍ଯ୍ୟନ୍ତ ଭାରତରେ ପ୍ରବେଶ କରି ନାହିଁ। କିନ୍ତୁ ଯେଉଁ ପ୍ରକାରର କରୋନା ମାମଲା ବଢୁଛି ଭାରତକୁ ଏହା ଆସିବ ନାହିଁ ବୋଲି ତାହା ଅସ୍ବୀକାର କରାଯାଇପାରିବ ନାହିଁ। ଡାକ୍ତରୀ ଦଳ କରୋନା ସଂକ୍ରମିତଙ୍କ ଉପରେ ଅନୁସନ୍ଧାନ କରୁଛନ୍ତି।

ଏରିସ କିମ୍ବା ଇଜି.୫.୧ ହେଉଛି ଓମିକ୍ରନ ଷ୍ଟ୍ରେନର ଏକ ସବ  ଭାରିଆଣ୍ଟ। ଏହା ହେଉଛି ଦ୍ୱିତୀୟ ସର୍ବାଧିକ ସଂକ୍ରମିତ ଭାରିଆଣ୍ଟ। ଯାହା ୧୦ ଟି କରୋନା ଭାଇରାଲ ମାମଲା ପାଇଁ ଦାୟୀ। ଗତ କିଛି ଦିନ ହେବ ଶେଷ ହୋଇଥିବା କରୋନା ଭୂତାଣୁ ପୁଣି ଥରେ ମହାରାଷ୍ଟ୍ରରେ ପ୍ରବେଶ କରିଛନ୍ତି। ଯେଉଁ କାରଣରୁ ରାଜ୍ୟରେ କରୋନା ମାମଲାରେ ସାମାନ୍ୟ ବୃଦ୍ଧି ଘଟିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ମେ ମାସରେ ଓମିକ୍ରନ ଇଜି.୫.୧ ଭାରିଆଣ୍ଟ ମିଳିଥିଲା। କିନ୍ତୁ ଜୁନ-ଜୁଲାଇରେ ଏହି ଭାରିଆଣ୍ଟର ମାମଲା ବହୁତ କମ ଥିଲା ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ରରେ କ୍ରମାଗତ ଭାବେ କରୋନା ଭାଇରସ ମାମଲା ଆସୁଛି। ଗତ ଜୁଲାଇ ମାସରେ, ୭୦ ଟି ମାମଲା ହୋଇଥିବାବେଳେ ଅଗଷ୍ଟ ୭ ରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯ ରେ ପହଞ୍ଚିଥିଲା। କରୋନା ମାମଲା ବୃଦ୍ଧି ପାଇଁ ନୂତନ ଭାରିଆ୍ଯଯ ଓମିକ୍ରନ ଇଜି.୫.୧ ଦାୟୀ ବୋଲି ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଏପର୍ଯ୍ୟନ୍ତ ଦେଶରେ ଓମିକ୍ରନର ଭାରିଆଣ୍ଟ ଇଜି.୫.୧ର ଗୋଟିଏ ବି ମାମଲା ଦେଖିବାକୁ ମିଳିନାହିଁ। ମହାରାଷ୍ଟ୍ରରେ ବ୍ୟାପୁଥିବା କରୋନା ମାମଲା ଉପରେ କଡ଼ା ନଜର ରଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ ଅଖିଳେଶଙ୍କ ଏଣ୍ଟ୍ରି ବଢ଼ାଉଛି କଂଗ୍ରେସର ଟେନ୍‌ସନ୍‌, ଆସନ ବଣ୍ଟନକୁ ନେଇ ଚାଲିଛି…

ମୁମ୍ବାଇ,୨୦ା୧୦: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ ଶିବସେନା ଅର୍ଥାତ୍‌ ଶିବସେନା (ୟୁବିଟି) ଏବଂ କଂଗ୍ରେସ ମଧ୍ୟରେ ଥିବା ସିଟ୍‌ ବାଣ୍ଟିବାକୁ ନେଇ ମତଭେଦ ସାମ୍ନାକୁ ଆସୁଛି।...

ଯେଉଁଠି ହାରିଥିଲେ ଶ୍ୱଶୁର, ସେଇଠି ପ୍ରାର୍ଥୀ ହେଲେ ବୋହୂ

ଭୁବନେଶ୍ୱର/ରାଞ୍ଚି,୨୦।୧୦: ଭାରତୀୟ ଜନତା ପାର୍ଟି ଝାଡଖଣ୍ଡର ନିର୍ବାଚନୀ ଯୁଦ୍ଧରେ ୬୬ଜଣ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି। ଏହି ପ୍ରାର୍ଥୀଙ୍କ ମଧ୍ୟରେ ବାବୁ ଲାଲ ମାରାଣ୍ଡି, ଚମ୍ପାଇ ସୋରେନ,...

ଛିଣ୍ଡିଲା ଏନ୍‌ଡିଏର ଆସନ ବୁଝାମଣା: ୬୬ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା ଭାଜପା

ରାଞ୍ଚି,୧୯ା୧୦: ଝାଡ଼ଖଣ୍ଡ ବିଧାନସଭାର ୮୧ ଆସନ ମଧ୍ୟରୁ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପକ୍ଷରୁ ଝାଡ଼ଖଣ୍ଡରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଥିଲା। ତଦନୁସାରେ...

କିଏ ସେହି ନଭ୍ୟା? ଯିଏକି ପ୍ରିୟଙ୍କାଙ୍କୁ ଦେବେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯ା୧୦: କେରଳର ଓ୍ବାୟନାଡ୍‌ ଲୋକ ସଭା ଆସନ ପାଇଁ ନଭେମ୍ବର ୧୩ରେ ଉପନିର୍ବାଚନ ହେବାକୁ ଯାଉଥିବାବେଳେ ଭାଜପା ସେଠାରୁ ନଭ୍ୟା ହରିଦାସଙ୍କୁ ପ୍ରାର୍ଥୀ କରିଛି। ସେ...

ଟିକେଟ କରାଇଦେବା ନାଁରେ ୨ କୋଟି ଠକେଇ: କେନ୍ଦ୍ରମନ୍ତ୍ରୀଙ୍କ ଭାଇ, ପୁତୁରା ଅଟକ

ବେଙ୍ଗାଲୁରୁ,୧୯ା୧୦: ୨ କୋଟି ଟଙ୍କା ଠକେଇ ମାମଲାରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜୋଷୀଙ୍କ ଭାଇ ଗୋପାଳ ଯୋଷୀ ଏବଂ ପୁତୁରା ଅଜୟ ଯୋଷୀଙ୍କୁ ବେଙ୍ଗାଲୁରୁ ପୋଲିସ ଶନିବାର...

ମୋଦିଙ୍କୁ ୧୦୦ଟଙ୍କା ପଠାଇଲେ ଆଦିବାସୀ ମହିଳା, ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୧୦: ଓଡ଼ିଶାର ଜଣେ ଆଦିବାସୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇବା ପାଇଁ ୧୦୦ଟଙ୍କା ପ୍ରଦାନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭାଜପାର...

କିଏ ସେହି ବିଜୟା କିଶୋର ରାହାଟକର? ହେଲେ ରାଷ୍ଟ୍ରୀୟ ମହିଳା ଆୟୋଗର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୯।୧୦: କେନ୍ଦ୍ର ସରକାର ବିଜୟା କିଶୋର ରାହଟକରଙ୍କୁ ଜାତୀୟ ମହିଳା ଆୟୋଗର ନୂତନ ଚେୟାରମ୍ୟାନ ଭାବରେ ନିଯୁକ୍ତ କରିଛନ୍ତି। ରେଖା ଶର୍ମାଙ୍କ ସ୍ଥାନରେ ବିଜୟା କିଶୋର...

ସ୍ତ୍ରୀଙ୍କ ପାଇଁ ୨୦ ବର୍ଷ ହେଲା କରଓ୍ବାଚୌଥ ବ୍ରତ କରୁଛନ୍ତି ଏହି ଭାଜପା ନେତା

ନୂଆଦିଲ୍ଲୀ,୧୯।୧୦: ବିବାହିତ ମହିଳାମାନେ ରବିବାର କରଓ୍ବାଚୌଥ ଉପବାସ କରିବେ। ବିଶ୍ୱାସ ଅନୁଯାୟୀ, ସାଧାରଣତଃ ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘ ଜୀବନ ପାଇଁ ଏହି ଉପବାସ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri