Categories: ଜାତୀୟ

ଥାନାରେ ପହଞ୍ଚି ଯୁବକ କହିଲେ ମୁଁ କରୋନା ପଜିଟିଭ୍‌, ପୋଲିସ୍‌ ହେଲେ ଆଶ୍ଚର୍ଯ୍ୟ

କୋଲକତା,୨୫।୬: ପଶ୍ଚିମବଙ୍ଗରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତି ନିଜ କରୋନା ରିପୋର୍ଟ ନେଇ ପୋଲିସ ଥାନାରେ ପହଞ୍ଚି କହିଥିଲେ ମୁଁ କରୋନା ପଜିଟିଭ୍‌। ଏହା ଦେଖି ପୋଲିସ୍‌ ଆଶ୍ଚର୍ଯ୍ୟ ହୋଇ ତୁରନ୍ତ ଥାନାରୁ ବାହାରକୁ ପଳାଇ ଆସିଥିଲେ। କୋଲକତାର ଟଲିଗଞ୍ଜ ଥାନାରେ ମଙ୍ଗଳବାର ଦିନ ପ୍ରାୟ ୧୨.୩୦ରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଥାନାରେ ପହଞ୍ଚିଥିବା ବ୍ୟକ୍ତି ଜଣଙ୍କ କହିଥିଲେ, ଥଣ୍ଡା-କାଶ ହେବାରୁ ସେ ଏକ ସରକାରୀ କ୍ଲିନିକ୍‌ ଯାଇଥିଲେ। ସେମାନେ ମୋର କରୋନା ଟେଷ୍ଟ କରିଥିଲେ। ରିପୋର୍ଟ ପଜିଟିଭ୍‌ ଆସିବା ପରେ ମୋ ମୁଣ୍ଡରେ କିଛି ପଶି ନ ଥିଲା ତେଣୁ ଥାନାକୁ ପଳାଇଆସିଥିଲି ବୋଲି କହିଛନ୍ତି। ଥାନାରେ ପହଞ୍ଚିବା ପରେ ପୋଲିସ ଆମ୍ବୁଲାନ୍ସ ଡାକି ତାଙ୍କୁ ଡାକ୍ତରଖାନା ପଠାଇ ଦେଇଥିଲା। ଡାକ୍ତରଖାନାକୁ ପଠାଇବା ପରେ ଥାନାକୁ ସାନିଟାଇଜ୍‌ କରାଯାଇଥିଲା। ପୋଲିସ ମୁତାବକ ଉକ୍ତ ବ୍ୟକ୍ତି ଜଣଙ୍କ ରାସବିହାରୀ ଏଭେନ୍ୟୁରେ ରୁହନ୍ତି। ସେ ସହରରେ ଭୁଜିଆ ଦୋକାନ କରିଛନ୍ତି।

Share