Categories: ଜାତୀୟ

ଚା’ ପିଇବା ପାଇଁ ହସ୍ପିଟାଲରୁ ବାହାରିଲେ କରୋନା ରୋଗୀ, ଆଉ ତା’ପରେ

ବେଙ୍ଗାଲୁରୁ,୩।୭: କର୍ନାଟକର ଏକ ହସ୍ପିଟାଲରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ କରୋନା ରୋଗୀ ଚା’ ପିଇବା ପାଇଁ ହସ୍ପିଟାଲରୁ ବାହାରକୁ ପଳାଇଥିଲେ। ତାଙ୍କୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ। ୭୩ ବର୍ଷୀୟ ଜଣେ ବୃଦ୍ଧ କରୋନା ସଂକ୍ରମିତ ହୋଇ ମହୀଶୂର ରୋଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବେଡ୍‌ ନ ମିଳିବା କାରଣରୁ ତିନି ଘଣ୍ଟା ଧରି ଆମ୍ବୁଲାନ୍ସରେ ଥିଲେ। ସକାଳ ୫ଟାରେ ସେ ହସ୍ପିଟାଲ ଷ୍ଟାଫ୍‌ଙ୍କୁ ଚା’ ମାଗିଥିଲେ। ୭.୩୦ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ କିନ୍ତୁ ଚା’ ମିଳି ନ ଥିଲା। ସେ ବେଡରୁ ଉଠି ପାଖ ଚା’ ଷ୍ଟଲକୁ ଯାଇଥିଲେ। ସେଠାରେ ଥିବା ଲୋକ ତାଙ୍କୁ ପଚାରିବାରୁ ସେ କହିଥିଲେ ମୁଁ ଜଣେ କରୋନା ରୋଗୀ ଚା’ ପିଇବାକୁ ଆସିଛି। ସେ ଏହା ମଧ୍ୟ କହିଥିଲେ ମୋତେ ହସ୍ପିଟାଲରେ କପେ ଚା’ ମଧ୍ୟ ମିଳୁନାହିଁ। ଚା’ ଦୋକାନରେ ୭ ଲୋକ ଚା’ ପିଉଥିବାବେଳେ ଏକଥା ଶୁଣି ଦୌଡି ପଳାଇଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷ ବୃଦ୍ଧ ଜଣଙ୍କୁ ନେବା ପାଇଁ ଚା’ ଦୋକାନ ପର୍ଯ୍ୟନ୍ତ ଆସିଥିଲେ। ବୃଦ୍ଧ ଜଣଙ୍କ ସମ୍ପର୍କୀୟ ସବୁ ଦୋଷ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଉପରେ ଲଦିଛନ୍ତି।

Share