ଭୁବନେଶ୍ୱର,୯ା୯(ବ୍ୟୁରୋ)-ଆସନ୍ତା ନଭେମ୍ବର ୨୯ ତାରିଖ ପୂର୍ବରୁ ଓଡିଶାରେ ଖାଲି ରହିଥିବା ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନ ଲାଗି ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି ଉପନିର୍ବାଚନରେ କୋଭିଡ୍ ଆକ୍ରାନ୍ତ ଭୋଟ ଦେଇ ପାରିବେ। ଆଇସୋଲେଶନ୍ ସେଣ୍ଟରରେ କୋଭିଡ୍ ସଂକ୍ରମିତ ନିଜର ମତଦାନ କରି ପାରିବେ। କୋଭିଡ୍ ସଂକ୍ରମିତ ଭୋଟରଙ୍କୁ ଭୋଟଦାନ ସମୟର ଶେଷ ପର୍ଯ୍ୟାୟରେ ମତଦାନ କରିବାକୁ ଅନୁମତି ଦିଆଯିବ ା ବୁଧବାର ଭିଡିଓ କନ୍ଫରେନ୍ସ ଜରିଆରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉପନିର୍ବାଚନ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।