ଆଇଆଇଟି କ୍ୟାମ୍ପସରେ ପୁଣି କରୋନା ପଜିଟିଭ, ଆଜି ୮ ଚିହ୍ନଟ

ଖୋର୍ଦ୍ଧା ଅଫିସ,୨୮।୩: ଆଇଆଇଟି ଅରୁଗୁଳ, ଭୁବନେଶ୍ବର କ୍ୟାମ୍ପସରେ କରୋନା ଚିନ୍ତାର ବିଷୟ ସାଜିଛି। ପୂର୍ବରୁ ୨ ଜଣ ଛାତ୍ର କରୋନା ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୪୦ରୁ ଊଦ୍ଧର୍‌ବ ଛାତ୍ରଙ୍କ ନମୁନା ପରୀକ୍ଷା ଲାଗି ପଠାଯାଇଥିଲା। ଆରଟିପିସିଆର ରିପୋର୍ଟରେ ରବିବାର ୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ ସଂଘରୋଧରେ ରଖାଯାଇ କ୍ୟାମ୍ପସକୁ ସାନିଟାଇଜ କରାଯାଇଛି। ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ବାହାର ରାଜ୍ୟରୁ ଆସୁଥିବା ଛାତ୍ରୀଛାତ୍ରଙ୍କ ଲାଗି ଆରଟିପିସିଆର ରିପୋର୍ଟ(ନେଗେଟିଭ) ବାଧ୍ୟତାମୂଳକ କରାଯାଇଛି। ବିନା କୋଭିଡ ରିପୋର୍ଟରେ କୌଣସି ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ପ୍ରବେଶ ମନା ହୋଇଛି।