ଭବାନୀପାଟଣା,୧୬।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଦୌରାଜଜ୍ଙ୍କ କୋର୍ଟରେ କେତେକ ବିଚାରପତି ଏବଂ ବିଚାର ବିଭାଗୀୟ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ପରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆସନ୍ତା ୧୫ ରୁ ୧୮ ତାରିଖ ପର୍ଯ୍ୟନ୍ତ ଭବାନୀପାଟଣାର ସମସ୍ତ କୋର୍ଟ ବନ୍ଦ ରଖିବା ପାଇଁ ସିଭିଲ୍ କୋର୍ଟ ରେଜିଷ୍ଟାର ନିର୍ଦ୍ଦେଶ ଦେଇଛନ୍ତି। ଏହି ଛୁଟି ସମୟରେ କେବଳ ଜାମିନ ଆବେଦନ ଓ ମଧ୍ୟବର୍ତ୍ତୀ କାଳିନ ଜରୁରୀ ଦରଖାସ୍ତଗୁଡିକ ଭିଡିଓ କନ୍ଫରେନ୍ସିଂ ଜରିଆରେ ଗ୍ରହଣ କରାଯିବ ବୋଲି ରେଜିଷ୍ଟାର ତାଙ୍କ ପତ୍ରରେ ସୂଚନା ଦେଇଛନ୍ତି। ସେହିପରି କୋର୍ଟ ପରିସରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଘଟଣାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଓକିଲ ସଂଘ ପକ୍ଷରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ କୋର୍ଟକାର୍ଯ୍ୟରୁ ଓକିଲମାନେ ବିରତ ରହିବା ପାଇଁ ନିଷ୍ପତ୍ତି ନେଇ ଜିଲା ଦୌରାଜଜ୍ଙ୍କୁ ଜଣାଇ ଦେଇଛନ୍ତି।
Posted inଆମ ଜିଲା ଖବର, କଳାହାଣ୍ଡି