ମିଛ କହି ବିମାନରେ ଯାଉଥିଲେ କରୋନା ପଜିଟିଭ୍‌: ଘଟିଲା ଏମିତି…

ଆମେରିକାରେ ବିମାନ ଉଡ଼ାଣ ସମୟରେ ସେଥିରେ ଜଣେ କରୋନା ପଜିଟିଭଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ପତ୍ନୀ ପାରାମେଡିକ୍ସଙ୍କୁ କହିଛନ୍ତି ଯେ, ସ୍ବାମୀଙ୍କଠାରେ ଏକ ସପ୍ତାହ ଧରି କରୋନା ଲକ୍ଷଣ ଦେଖାଯାଉଥିଲା। ଯଦିଓ ମହିଳା କହିଥିଲେ ଯେ, ସ୍ବାମୀ କରୋନା ପଜିଟିଭ୍‌ ନୁହଁନ୍ତି । କିନ୍ତୁ ସେ କରୋନା ପରୀକ୍ଷା କରିବାକୁ ଲସ ଆଞ୍ଜେଲସ ସହରକୁ ଯିବେ।

ସୂଚନାଯୋଗ୍ୟ, ଉଡ଼ାଣ ଆରମ୍ଭ ହେବା ପୂର୍ବରୁ ବ୍ୟକ୍ତିଜଣଙ୍କ ଥରିଥିଲେ ଏବଂ ତାଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହେଲା। ଉଡ଼ାଣ ପରେ ଏହି ବ୍ୟକ୍ତିଙ୍କ ଅବସ୍ଥା ଖରାପ ହେବାରେ ଲାଗିଥିଲା। ଏହା ପରେ ବିମାନଟିକୁ ନ୍ୟୁ ଅର୍ଲିୟନରେ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। ତାଙ୍କ ପାଖକୁ ଅନେକ ଯାତ୍ରୀ ମଧ୍ୟ ଆସିଥିଲେ। ପାରାମେଡିକ୍ସ ଦଳର ଜଣେ ବ୍ୟକ୍ତି ଏହାକୁ ସିପିଆର୍‌ ମଧ୍ୟ ଦେଇଥିଲେ।

ବିମାନରେ ଏକ ଘଣ୍ଟା ଯାତ୍ରା ପରେ ତାଙ୍କ ନିଃଶ୍ୱାସ ନେବା ବନ୍ଦ ହୋଇଗଲା। ଏହା ପରେ କ୍ୟାବିନ କ୍ରୁ ପାରାମେଡିକ୍ସ କର୍ମଚାରୀକୁ ଡାକିଥିଲେ। ଟନି ଅଲଡାପା ନାମକ ବ୍ୟକ୍ତି ସଂକ୍ରମଣକୁ ଖାତିର ନ କରି ସେହି ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ପରେ ମଧ୍ୟ ବ୍ୟକ୍ତିଙ୍କର ମୃତ୍ୟୁ ହେଲା।

Share