ଚୌଦ୍ୱାର ଜେଲ୍‌ର ୮ କଏଦୀଙ୍କୁ କରୋନା

ଚୌଦ୍ୱାର,୧୦ା୭(ଡି.ଏନ୍‌.ଏ.): କଟକ ଚୌଦ୍ୱାର ଜେଲ୍‌ର ୮ କଏଦୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରେ ୩ ଜଣ ବିଚାରାଧୀନ କଏଦୀ ଥିବା ବେଳେ ଆଉ ୫ କଏଦୀ ଅଛନ୍ତି। ଚୌଦ୍ୱାର ଜେଲ୍‌ରୁ କଏଦୀମାନଙ୍କ ସ୍ବାବ୍‌ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ତେବେ ସେମାନଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ଜେଲ ଅଧୀକ୍ଷକ ଶୁଭକାନ୍ତ ମିଶ୍ର ସୂଚନା ଦେଇଛନ୍ତି।

Share