ପାଟଣା,୨୯ା୬(ସ୍ବ.ପ୍ର.) : କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ସିଲିପଦା ପଞ୍ଚାୟତରେ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୋମବାର ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି। ଚିହ୍ନଟ ହୋଇଥିବା ୨ ଜଣ ସ୍ତ୍ରୀ, ସ୍ବାମୀ। ଉଭୟଙ୍କ ବୟସ ଯଥାକ୍ରମେ ୨୬ ଓ ୨୪। ଏମାନେ ହାଇଦ୍ରାବାଦର ଏକ କଲ୍ ସେଣ୍ଟରରେ କାମ କରୁଥିଲେ। ଉଭୟ ପଞ୍ଚାୟତର ସିଲିପଦା ହାଇସ୍କୁଲ ସ୍ଥିତ କ୍ୱାରାଣ୍ଟାଇନ୍ ସେଣ୍ଟରରେ ରହୁଥିଲେ। ଉଭୟଙ୍କୁ ରବିବାର ବିଡିଓ ଭାଗୀରଥି ମଲ୍ଲିକ, ଡାକ୍ତର ଶ୍ୟାମସୁନ୍ଦର ଟୁଡୁ,ଡା. ସୁମନ ସାନୁଜିତ ଆଚାର୍ଯ୍ୟ ଓ ବିପିଏମ ବିରେନ କୁମାର ମହାନ୍ତଙ୍କ ଉପସ୍ଥିତିରେ କେନ୍ଦୁଝର ରାଙ୍କିସ୍ଥିତ କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।