ଭଦ୍ରକ ଅଫିସ,୨୩ା୮: ଭଦ୍ରକ ଜିଲାରେ ରବିବାର ୯୨ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୯୯ ଛୁଇଁଛି। ଆଜି ଚି଼ହ୍ନଟ ଆକ୍ରାନ୍ତମାନଙ୍କ ମଧ୍ୟରୁ ସମସ୍ତେ ସ୍ଥାନୀୟ ସଂକ୍ରମଣ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ, ଜିଲାରୁ ୧୧୦୮ ଜଣ ସୁସ୍ଥ ହୋଇଥିବା ବେଳେ ୯୮୫ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ୬ ଜଣଙ୍କ ମୃତ୍ୟୁ ଘଟିଛି। ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସଙ୍କ ସୂଚନା ଅନୁଯାୟୀ ୪୦, ୮୦୯ ଜଣଙ୍କ ନମୁନା ଯାଞ୍ଚ କରାଯାଇଛି।
Posted inଆମ ଜିଲା ଖବର, ଭଦ୍ରକ