ଆଜି ରାଜ୍ୟରେ ୫୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୫।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ରାଜ୍ୟରୁ ୫୭୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୩,୨୬୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩୩୭ ଜଣ ଚିହ୍ନଟ ହୋଇଥିବା ବେଳେ ୨୩୬ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୦ ଏବଂ ନୂଆପଡ଼ାରୁ ୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୩୨, ବାଲେଶ୍ୱର ୧୧, ବରଗଡ଼ ୪୩, ବୌଦ୍ଧ ୧, ଭଦ୍ରକ ୩, ବଲାଙ୍ଗୀର ୨୦, କଟକ ୨୮, କଳାହାଣ୍ଡି ୨୪, ଗଞ୍ଜାମ ୮, ଗଜପତି ୩, ଯାଜପୁର ୧୩, ଜଗତସିଂହପୁର ୪, ଝାରସୁଗୁଡ଼ା ୩୯, କେନ୍ଦ୍ରାପଡ଼ା ୧, କନ୍ଧମାଳ ୧, କେନ୍ଦୁଝର ୮, କୋରାପୁଟ ୩, ମୟୂରଭଞ୍ଜ ୧୩, ଦେବଗଡ଼ ୧, ନବରଙ୍ଗପୁର ୩, ନୟାଗଡ଼ରୁ ୧, ପୁରୀ୧୬, ରାୟଗଡ଼ା ୧୬, ସମ୍ବଲପୁରରୁ ୨୧ ଏବଂ ସୋନପୁରରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୨୨।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୩,୨୬୮ରେ ପହଞ୍ଚିଥିବା ବେଳେ ୩,୩୭,୯୩୫ ଜଣ ସୁସ୍ଥ ହୋଇଛନ୍ତି। ୩,୩୫୮ ଜଣ ଚିକିିତ୍ସିତ ହେଉଛନ୍ତି।

Share