ବାଲେଶ୍ୱରରେ ୯୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ବାଲେଶ୍ୱର ଅଫିସ,୨୯ା୭: ବାଲେଶ୍ୱର ଜିଲାରେ ବୁଧବାର ୨୯ କରୋନା ପଜିଟିଭ୍‌ ଚି଼ହ୍ନଟ ହେବା ପରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୧୪ ରେ ପହଞ୍ଚିଛି। ସେଥିମଧ୍ୟରୁ ୬୬୬ ଆରୋଗ୍ୟ ହୋଇ ଫେରିଥିବା ବେଳେ ୨୪୨ ଜଣ ଚିକିତ୍ସିତ ହେଉଛନ୍ତି। ୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଅନ୍ୟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।