ଜି.ଉଦୟଗିରି,୨୦ା୭: କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକର କାଲିଙ୍ଗା ପଞ୍ଚାୟତରୁ ୨ କରୋନା ଅକ୍ରାନ୍ତ ଚିହ୍ନଟ ହେବା ପରେ କାଲିଙ୍ଗା ପଞ୍ଚାୟତର ତାରାବାଡ଼ି ନଦୀସାହି ସମେତ ଆଖପାଖ ଗ୍ରାମକୁ ସାନିଟାଇଜ୍ କରାଯିବା ସହିତ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଇଛି। ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ କରାଯିବ ବୋଲି ଜି.ଉଦୟଗିରି ବି ଡି ଓ ଶାନ୍ତନୁ କୁମାର ନାୟକ କହିଛନ୍ତି। କାଲିଙ୍ଗା ଛକ, କୂଅସାହି, ଡିଏଭି ଛକ ଅଞ୍ଚଳକୁ ବଫର୍ ଜୋନ୍ କରାଯିବ ବୋଲି କହିଛନ୍ତି ।
ସୂଚନା ଅନୁଯାୟୀ, ଚିହ୍ନଟ ହୋଇଥିବା ଦୁଇ ଜଣଙ୍କୁ ଥଣ୍ଡା କାଶ ହେବା ପରେ ଏମାନେ ଟିକାବାଲି ହସ୍ପିଟାଲ ଯାଇ ନମୁନା ପରୀକ୍ଷା କରାଇଥିଲେ। ସେମାନଙ୍କ ପଜିଟିଭ୍ ଆସିଥିଲା। ଉଭୟଙ୍କୁ ଫୁଲବାଣୀ କୋଭିଡ୍ କେୟାର ହସ୍ପିଟାଲକୁ ନିଆଯାଇଛି। ତେବେ ଦୁଇ ଆକ୍ରାନ୍ତ ବାପା-ପୁଅ ବୋଲି ଜଣାପଡ଼ିଛି।