Categories: ଜାତୀୟ

ମନ୍ତ୍ରୀ ନିଜେ କରୋନା ପଜିଟିଭ୍‌ ଥାଇ ସଫା କରୁଛନ୍ତି ହସ୍ପିଟାଲ ଓ୍ବାର୍ଡ

ମିଜୋରାମ,୧୬।୫: କରୋନାର ଭୟାବହତା ବର୍ତ୍ତମାନ ପୂରା ଦେଶରେ ଦେଖିବାକୁ ମିଳିଛି। କୌଣସି ହସ୍ପିଟାଲରେ ବେଡ୍‌ ମିଳୁନି କି ଅକ୍ସିଜେନ ସିଲିଣ୍ଡର ନାହିଁ। ଏପରି ଖବର ମଧ୍ୟରେ ଆଉ ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ କରୋନା ସଂକ୍ରମିତ ହୋଇଥିବା ଖୋଦ୍‌ ମନ୍ତ୍ରୀ ହସ୍ପିଟାଲ ସଫେଇ କରୁଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ମିଜୋରାମର ଶକ୍ତିମନ୍ତ୍ରୀ ଲାଲଜିରଲିୟାନା ୧୧ ମେ’ରେ କରୋନା ସଂକ୍ରମିତ ହୋଇଥିଲେ। ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ହସ୍ପିଟାଲର କରୋନା ଓ୍ବାର୍ଡର ଏକ ଫଟୋ ଦେଖିବାକୁ ମିଳିଛି। ଯେଉଁଥିରେ ମନ୍ତ୍ରୀ କରୋନା ଓ୍ବାର୍ଡ ସଫେଇ କରୁଛନ୍ତି। ଏହି ଫଟୋକୁ ଲୋକେ ଟୁଇଟ୍‌ କରି କହିଛନ୍ତି, ଫଟୋରେ ଦେଖ ମନ୍ତ୍ରୀ ହସ୍ପିଟାଲ ଗାଉନ୍‌ ପିନ୍ଧି ହାତରେ ପୋଛା ଧରି ଘର କରୋନା ଓ୍ବାର୍ଡ ପୋଛୁଛନ୍ତି। ଏହି ହସ୍ପିଟାଲର ନାମ ଜୋରାମ ମେଡିକାଲ କଲେଜ।

ଫଟୋ ଭାଇରାଲ ହେବା ପରେ ଲାଲ୍‌ଜିରଲିୟାନା ପିଟିଆଇକୁ କହିଛନ୍ତି, ଓ୍ବାର୍ଡରେ ପୋଛା ମାରିବା ଅର୍ଥ ଏଇଆ ନୁହେଁ ଯେ, ନର୍ସ କିମ୍ବା ଡାକ୍ତରମାନଙ୍କୁ ଲଜ୍ଜିତ କରିବା। ମାତ୍ର ମୁଁ ଏକ ଉଦାହରଣ ସୃଷ୍ଟି କରିବାକୁ ଚାହୁଁଥିଲିି କି ମୁଁ ଥିବା ଓ୍ବାର୍ଡ ବହୁତ ଖରାପ ଥିଲା। ସୁଇପର ଆସି ନ ଥିଲେ। ତେଣୁ ମୁଁ ନିଜ କାମ ନିଜେ କରିନେଲି।

Share