କରୋନାରେ ଆଖିବୁଜିଲେ ଭାଜପା ବିଧାୟିକା

ଜୟପୁର,୩୦।୧୧: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଏବେ ରାଜସ୍ଥାନ ରାଜସମନ୍ଦର ଭାରତୀୟ ଜନତା ପାର୍ଟି ବିଧାୟିକା କିରଣ ମାହେଶ୍ୱରୀ କରୋନାରେ ପରଳୋକେ ଘଟିଛି। କରୋନା ଆକ୍ରାନ୍ତ ହୋଇ ସେ ହରିୟାଣାର ଗୁରୁଗ୍ରାମରେସ୍ଥିତ ମେଦାନ୍ତା ହସ୍ପିଟାଲରେ ଚିକିତ୍ସନ୍‌ିତ ହେଉଥିଲେ। ରାଜସ୍ଥାନର ଦ୍ୱିତୀୟ ବିଧାୟକ ଭାବେ କିରଣ ମାହେଶ୍ୱରୀଙ୍କ କରୋନା ଯୋଗୁ ମୃତ୍ୟୁ ଘଟିଛି। କିରଣ ମାହେଶ୍ୱରୀଙ୍କ ଦେହାନ୍ତରେ ଲୋକସଭା ବାଚସ୍ପତି ଓମ ବିର୍ଲା ୋାକ ପ୍ରକାା କରିଛନ୍ତି। ସେ କହିଛନ୍ତି, ଭଉଣୀ କିରଣ ଜୀଙ୍କର ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। ସେ ନିଜର ସମଗ୍ର ଜୀବନକୁ ସମାଜର ସେବା ସ୍‌ପାଇଁ ଉତ୍ସର୍ଗ କରିଥିଲେ। ତାଙ୍କ ମୃତ୍ୟୁ ମୋ ପାଇଁ ଏକ ବ୍ୟକ୍ତିଗତ କ୍ଷତି । ଭଗବାନ ତାଙ୍କ ଅମର ଆତ୍ମାଙ୍କୁ ଶାନ୍ତି ଦିଅନ୍ତୁ। ତାଙ୍କ ପରିବାର ସଦସ୍ୟଙ୍କୁ ମୋର ସମବେଦନା ବୋଳି ବାଚସ୍ପତି କହିଛନ୍ତି। ସୂଚନାଯୋଗ୍ୟ, ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନ ସମୟରେ କୋଟାରେ କିରଣ ମହେଶ୍ୱରୀ କରୋନାରେ ପଜିଟିଭ ହୋଇଥିଲେ। ସେ କୋଟା ଉତ୍ତର ମ୍ୟୁନିସିପାଲିଟି କର୍ପୋରେସନର ନିର୍ବାଚନ ଦାୟିତ୍ୱରେ ଥିଲେ। ଏହାପୂର୍ବରୁ ସାହଡା କଂଗ୍ରେସ ବିଧାୟକ କୈଳାଶ ତ୍ରିବେଦୀଙ୍କ ମଧ୍ୟ କରୋନାରେ ପ୍ରାଣ ହରାଇଥିଲେ।

Share