ଦେଶରେ ରେକର୍ଡ କରୁଛି କରୋନା: ଗତ ୨୪ଘଣ୍ଟାରେ ୭୬,୪୭୨ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୯।୮: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗତ ଦିନ ହେଲା ଦେଶରେ ୭୬ହଜାରରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହାକୁ ମିଶାଇ ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪ଲକ୍ଷ ୬୩ହଜାର ୯୭୩ରେ ପହଞ୍ଚିଛି। ଶନିବାର ଗତ ୨୪ ମଧ୍ୟରେ ପୁଣି ୭୬,୪୭୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଗୋଟିଏ ଦିନରେ ୧୦୨୧ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ କରୋନା ମୃତ୍ୟୁହାରରେ ଭାରତ ଏବେ ବିଶ୍ୱର ତୃତୀୟ ଦେଶ ଭାବେ ପରିଲକ୍ଷିତ ହୋଇଛି। ଯେଉଁଠାରେ ଗୋଟିଏ ଦିନରେ କରୋନାରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଛି। ବିଶ୍ୱର କରୋନାଜନିତ ସର୍ବାଧିକ ମୃତ୍ୟୁହାରରେ ପ୍ରଥମେ ଆମେରିକା ଓ ଦ୍ୱିତୀୟରେ ବ୍ରାଜିଲ ରହିଛି। ସୂଚନାଯୋଗ୍ୟ, ନୂଆ ଚିହ୍ନଟଙ୍କୁ ମିଶାଇ ଭାରତରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪ଲକ୍ଷ ୬୩ହଜାର ୯୭୩ରେ ପହଞ୍ଚିଛି। ସେଥିମଧ୍ୟରୁ ୨୬ଲକ୍ଷ ୪୮ହଜାର ୯୯୯ ସୁସ୍ଥ ହୋଇଥିବା ବେଳେ ୭ଲକ୍ଷ ୫୩ହଜାର ୪୨୪ଜଣ ଚିକିତ୍ସାଧିନ ରହିଛନ୍ତି। ସେହିପରି ମୃତ୍ୟୁସଂଖ୍ୟା ୬୨ହଜାର ୪୨୪କୁ ବୃଦ୍ଧି ପାଇଛି।

Share