ଜୁଲାଇ ୩୧ ଯାଏ ବଢ଼ିଲା କଟକଣା

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣକୁ ଦେଖି ଜୁଲାଇ ମାସ ପାଇଁ କିଛି କଟକଣାକୁ ପୂର୍ବବତ ରଖିଛନ୍ତି। ଜୁଲାଇ ୩୧ ଯାଏ ଧର୍ମୀୟ ଅନୁଷ୍ଠାନକୁ ସାଧାରଣ ଲୋକ ଯାଇପାରିବେ ନାହିଁ। ଏଥିସହ ଅନ୍ତର୍ଜାତୀୟ ବିମାନ ସେବା, ସିନେମା, ଥିଏଟର ଆଦି ବନ୍ଦ ରହିବ। ସ୍କୁଲ, କଲେଜ, କୋଚିଂ ସେଣ୍ଟର ବନ୍ଦ ରହିବ। ରେଷ୍ଟୁରାଣ୍ଟ ଖୋଲା ରହିବ। ସେଠାରୁ ଖାଦ୍ୟ ପାର୍ସଲ ନିଆଯାଇପାରିବ ବୋଲି ମଙ୍ଗଳବାର ଖବରଦାତା ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ରାତ୍ରକାଳୀନ କର୍ଫ୍ୟୁକୁ ସାମାନ୍ୟ କୋହଳ କରାଯାଇଛି। ଏଣିକି ରାତି ୯ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ଲାଗିବ। ଏହି ସମୟରେ ଜରୁରୀସେବା ପ୍ରଦାନକାରୀ କର୍ମଚାରୀ କଟକଣା ମୁକ୍ତ ରହିବେ। ସେହିଭଳି ଶିଳ୍ପ କାରଖାନାରେ କାର୍ଯ୍ୟରତ କର୍ମଚାରୀ, ପେଟ୍ରୋଲ ପମ୍ପ, ଛାପା ଓ ବୈଦୁତିକ ଗଣମାଧ୍ୟମ କର୍ମଚାରୀ ମଧ୍ୟ କଟକଣା ମୁକ୍ତ ରହିବେ ବୋଲି ସଚିବ କହିଛନ୍ତି।

Share