Categories: ଜାତୀୟ

ପୁଣି ଫେରିଲା କରୋନା: ୨୪ ଘଣ୍ଟାରେ ୮୩ ମୃତ

ନୂଆଦିଲ୍ଲୀ,୨୨।୨: ପୁଣି କରୋନା ଫେରିଛି। ଏବେ ସଂକ୍ରମଣକୁ ନେଇ ଦେଶରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ମହାରାଷ୍ଟ୍ର, କେରଳ, ତାମିଲନାଡୁ କର୍ନାଟକ, ପଞ୍ଜାବ, ମଧ୍ୟପ୍ରଦେଶ ଆଦି ୬ଟି ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ୧୯୯ରେ ପହଞ୍ଚିଛି। ସେଥିମଧ୍ୟରୁ ଚିକିତ୍ସା ପରେ ୯ ହଜାର ୬୯୫ ଆକାନ୍ତ ଘରକୁ ଫେରିଛନ୍ତି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୩ରେ ପହଞ୍ଚିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ମହାରାଷ୍ଟ୍ରରେ କଟକଣା ଜାରି ହୋଇଛି। ଆଗାମୀ ଦିନରେ ଏଭଳି କଟକଣା ଦେଶର ଅନ୍ୟ ପ୍ରଭାବିତ ରାଜ୍ୟରେ ଲାଗୁ ହେବାର ଆଶଙ୍କା ରହିଛି। କରୋନାର ନୂଆ ଷ୍ଟ୍ରେନ୍‌ ନେଇ ଏବେ ସରକାରଙ୍କ ଚିନ୍ତା ବୃଦ୍ଧି ପାଇଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୨୪୦ ଜଣଙ୍କ ଠାରେ ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି। ଦେଶର ୮୦ ପ୍ରତିଶତରୁ ଅଧିକ ଲୋକଙ୍କ ମଧ୍ୟରେ ହର୍ଡ ଇମ୍ୟୁନିଟି ସୃଷ୍ଟି ନ ହେଲେ କରୋନା ସହିତ ଲଢ଼େଇ କରିବା କଷ୍ଟକର ହେବ ବୋଲି ଏମ୍ସ୍‌ ନିର୍ଦ୍ଦେଶକ ଡ. ରଣଦୀପ୍‌ ଗୁଲେରିଆ ସୂଚନା ଦେଇଛନ୍ତି। ଏବେ ଆରମ୍ଭ ହୋଇଥିବା ସଂକ୍ରମଣ ଶୀଘ୍ର ବ୍ୟାପିବ ବୋଲିସେ ଚେତାବନୀ ମଧ୍ୟ ଦେଇଛନ୍ତି।

Share