ପୁଣି ଏନ୍ତୁଡ଼ିଶାଳକୁ ଫେରିଲା କରୋନା, ଲକଡାଉନ୍‌ ଜାରି…

ବେଜିଂ,୧୯।୧୦: କରୋନାର ଏନ୍ତୁଡ଼ିଶାଳ ପାଲଟି ଥିବା ଚାଇନାରେ ପୁଣି ସଂକ୍ରମଣ ଆରମ୍ଭ ହୋଇଛି। ଏହାକୁ ସୃଷ୍ଟରେ ରଖି ଉତ୍ତର ସୀମାବର୍ତ୍ତୀ ସହରରେ ଆଶିଂକ ଲକଡାଉନ୍‌ ଜାରି ହୋଇଛି। ମଙ୍ଗୋଲିଆ ଅଞ୍ଚଳରେ ବସବାସ କରୁଥିବା ୭୬ ହଜାର ଲୋକଙ୍କୁ ଘରୁ ନ ବାହାରିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅଞ୍ଚଳରେ ୯ ଜଣଙ୍କଠାରେ ନୂଆ ସଂକ୍ରମଣ ହୋଇଥିବା ଚିହ୍ନଟ କରାଯାଇଛି। ଇତିମଧ୍ୟରେ ଏହି ଅଞ୍ଚଳରେ ଅକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି।

ଏହି ଅଞ୍ଚଳରେ ଶାନଜିଂ ପ୍ରଦେଶର ଜିଆନ୍‌ ସହର ଏବଂ ହୁନାନ୍‌ ପ୍ରଦେଶର ଚାଙ୍ଗଶା ସମସ୍ତ ସର୍ବସାଧାରଣସ୍ଥଳ, ଇଣ୍ଟରନେଟ୍‌ କାଫେ, ଜିମ୍‌, ଫିଲ୍ମ ହଲ, ଧାର୍ମିକ ସ୍ଥଳକୁ ବନ୍ଦ ରଖାଯାଇଛି। ପର୍ଯ୍ୟଟକଙ୍କୁ ଯାତ୍ରାର ୪୮ ଘଣ୍ଟା ପୂର୍ବରୁ କରୋନା ନେଗେଟିଭ୍‌ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ନିଙ୍ଗିସିଆ ସ୍ବଂୟଶାସିତ ଅଞ୍ଚଳର ୟୁନଚୁଆନ୍‌ ସହରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଠାରେ ୨ଟି ଜିଲାର ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି।

 

Share