ନୂଆଦିଲ୍ଲୀ,୨୧।୧୨ : ଚାଇନା ସମେତ ବିଶ୍ୱର ସମସ୍ତ ଦେଶରେ ପୁଣିଥରେ କରୋନା ଆତଙ୍କ ଦେଖାଦେଇଛି। ଭାରତରେ କରୋନା ଭାଇରସ ସଂକ୍ରମଣକୁ ଏଡାଇବା ପାଇଁ ସତର୍କତା ଅବଲମ୍ବନ କରାଯାଇଛି। ଏହି କ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ବୁଧବାର ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଛନ୍ତି। ଏହି ସମୟରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭାରତ ପ୍ରବୀଣ ପାୱାର ମଧ୍ୟ ଉପସ୍ଥିତ ଥିଲେ।
ସମଗ୍ର ବିଶ୍ୱରେ କରୋନା ମାମଲାରେ ବୃଦ୍ଧି ଘଟିଛି। ଡିସେମ୍ବର ୧୮ ରେ, କରୋନା ଆକ୍ରାନନ୍ତଙ୍କ ସଂଖ୍ୟା ୫୫ ପ୍ରତିଶତ ବୃଦ୍ଧି ପାଇଛି ଏବଂ ଦେଢ଼ ମାସ ମଧ୍ୟରେ ଏହା ଘଟିଛି। କରୋନା ମାମଲାଗୁଡ଼ିକର ଏହି ସଂଖ୍ୟା ବର୍ତ୍ତମାନ ୩.୩ ଲକ୍ଷରୁ ୫.୧ ଲକ୍ଷକୁ ବୃଦ୍ଧି ପାଇଛି । ଏନେଇ ଭାରତ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। କେନ୍ଦ୍ର ସରକାର ରାଜ୍ୟସରକାରଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।