କରୋନା ଭୟ: ଆତଙ୍କିତ ନ ହେବାକୁ ପରାମର୍ଶ

ଭୁବନେଶ୍ୱର, ୨୬ା୧୨(ଅସମାପିକା ସାହୁ):ରାଜ୍ୟରେ ଏବେ ଚିନ୍ତା ବଢ଼ାଇଛି କୋଭିଡ୍‌ ସଂକ୍ରମଣ। କିଛିଦିନର ବ୍ୟବଧାନ ପରେ ଗତ ଦୁଇଦିନ ହେଲା ଲଗାତର ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ତେବେ ଏହାକୁ ନେଇ ଆତଙ୍କିତ ନ ହେବା ପାଇଁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି। ରାଜ୍ୟରେ କୋଭିଡ୍‌ ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ଦୁଇଜଣ କୋଭିଡ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ହେଲେ ଏହାକୁ ନେଇ ଆତଙ୍କିତ ହେବାର ନାହିଁ। ସେମାନଙ୍କ ଭିତରେ ଲକ୍ଷଣ ବହୁତ କମ୍‌ ଅଛି। ଦୁହେଁ ଘରେ ରହି ଚିକିତ୍ସିତ ହେଉଛନ୍ତି। ଜେନମ ସିକ୍ବେନ୍ସି ପାଇଁ ପଠାଯାଇଛି। ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଏବଂ କୋଭିଡ୍‌ ସମୟରେ ଯାହା କରାଯାଏ ତାହା ହୋଇଛି। ତେବେ ଯାହାର ଲକ୍ଷଣ ଦେଖାଯାଉଛି, ସେମାନେ ପରୀକ୍ଷା କରନ୍ତୁ ଓ ଘରେ ରୁହନ୍ତୁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି।
ସୂଚନଯୋଗ୍ୟ, ଏବେ ବିଶ୍ୱରେ କୋଭିଡ୍‌-୧୯ର ନୂଆ ସବ୍‌ଭାରିଆଣ୍ଟ ଜେଏନ୍‌.୧ ଚିନ୍ତା ବଢ଼ାଇଥିବାବେଳେ ୨୦ଦିନ ପରେ ଓଡ଼ିଶାରୁ ଗତ ଶନିବାର ଓ ରବିବାର ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପୂର୍ବରୁ ଅର୍ଥାତ୍‌ ଗତ ୩ ତାରିଖରେ ଶେଷଥର ପାଇଁ ଜଣେ ପଜିଟିଭ୍‌ ବାହାରିଥିଲେ। ଏବେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଦ୍ୱୟ ଜେଏନ୍‌.୧ ସବ୍‌ଭାରିଆଣ୍ଟ କି ନାହିଁ ତାହା ଜଣାପଡ଼ିନାହିଁ। ତଥାପି ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ ରହିବା ସହ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକ୍ରିୟ ହେଲା ଘୂର୍ଣ୍ଣିବଳୟ: ୨୩ରେ ଉତ୍ତର-ଉତ୍ତରପଶ୍ଚିମ ମୁହାଁ ହୋଇ…

ଭୁବନେଶ୍ୱର,୨୨।୧୧: ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଏ ନେଇ ସୂଚନା ଦେଇଛନ୍ତି। ୨୩ ତାରିଖ...

ରାସ୍ତା ମଝିରେ କାର୍‌ ଛାଡ଼ି ଡ୍ରାଇଭର ଫେରାର: ବଢୁଛି ସନ୍ଦେହ

ଭୁବନେଶ୍ୱର,୨୨।୧୧: ଭୁବନେଶ୍ୱର ବରମୁଣ୍ଡା ଓଭରବ୍ରିଜ ଉପରେ ଶୁକ୍ରବାର କେହି ଜଣେ କାର୍‌ ଥୋଇ ପଳାଇଛନ୍ତି। ଫଳରେ ରାସ୍ତା ଉପରେ ଅଜଣା କାର୍‌କୁ ନେଇ ସନ୍ଦେହ ଘନିଭୂତ...

ଘନ କୁହୁଡି ନେଇ ୩ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୨୨।୧୧: ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରକୋପ ବୃଦ୍ଧି ପାଉଛି। କେବଳ ଏତିକି ନୁହେଁ, ଅନେକ ସ୍ଥାନରେ ସକାଳୁ ସକାଳୁ କୁହୁଡ଼ି ମଧ୍ୟ ପଡୁଛି। ତେବେ...

ଏକତରଫା ପ୍ରେମରୁ ତୁମୁଳକାଣ୍ଡ: ବିଚ୍‌ ରାସ୍ତାରେ ଯୁବକଙ୍କ ଗାଲକୁ ଶକ୍ତ ଚାପୁଡା ମାରିଲେ ଯୁବତୀ

ଭୁବନେଶ୍ବର,୨୨।୧୧: ମଞ୍ଚେଶ୍ବର ଥାନା ଅଧୀନ ଏକ ଘରୋଇ ହସ୍ପିଟାଲ ସମ୍ମୁଖରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। ରାସ୍ତା ମଝିରେ ଜଣେ ଯୁବତୀ ବାଇକ୍‌ରେ ବସିଥିବା ଜଣେ...

ବବି ଦାସ ଭାଇଙ୍କ ନାଁରେ ଏତଲା, ବ୍ୟବସାୟୀଙ୍କୁ ଧମକ ଦେଇ…

ଯାଜପୁର,୨୨ା୧୧: ବିଜେଡି ନେତା ତଥା ପୂର୍ବତନ ବିଧାୟକ ବବି ଦାସଙ୍କ ଭାଇ ଭବ ପ୍ରକାଶ ଦାସଙ୍କ ନାଁରେ ଏତଲା ଦିଆଯାଇଛି। ହାଟର ଜଣେ ବ୍ୟବସାୟୀଙ୍କୁ ଧମକ...

ଡିସିପି ଅଫିସ ସମ୍ମୁଖରେ ମୁହାଁମୁହିଁ ହେଲେ ଦୁଇ ଅଭିନେତା

ଭୁବନେଶ୍ୱର,୨୨।୧୧: ଥମୁନି ଅଭିନେତାଙ୍କ କଳି। ଡିସିପି ଅଫିସ ଆଗରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଅଭିନେତା ମନୋଜ ମିଶ୍ର ଏବଂ ବବି ଇସଲାମ୍‌...

ଫାଟିଲା ପର୍ଯ୍ୟଟକଙ୍କ କାର୍‌ ଚକା, ୩ ଗୁରୁତରଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ର ନେଲେ ଲକ୍ଷ୍ମୀ ବସ୍‌ କର୍ମଚାରୀ

ପଟାଙ୍ଗି,୨୨ା୧୧(ଶରତ ଧଳ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ଦେଓମାଳି ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଆସି ଏକ କାର୍‌ ଦୁର୍ଘଟଣା ହୋଇ ଅଳ୍ପକେ ପର୍ଯ୍ୟଟକମାନେ ବଞ୍ଚି ଯାଇଥିବାବେଳେ ୩ ପର୍ଯ୍ୟଟକ...

ଗାଁରେ ପଶିଲା ହାତୀ: ଜଣଙ୍କୁ ଦଳି ମାରିଦେଲା

ସମ୍ବଲପୁର,୨୨।୧୧: ସମ୍ବଲପୁର ଜିଲା ପଡ଼ିଆବାହାଲ ରେଞ୍ଜ ଛାମୁଣ୍ଡା ସେକ୍ସନ ଜାମଲୋଇ ଗାଁରେ ଶୁକ୍ରବାର ଏକ ଅଘଟଣ ଘଟିଛି। ହାତୀ ଘଉଡ଼ାଇବା ବେଳେ ଏକ ଦନ୍ତା ଜଣେ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri