ଗଞ୍ଜାମ,୫।୯(ଡି.ଏନ୍.ଏ.): ଗଞ୍ଜାମ ସହରରେ ମହାମାରୀ କରୋନା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ସହରରେ ୮୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମାତ୍ର ୫ ଜଣ ଚିକିତ୍ସାଧୀନ ଥିବା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାସ ସୂଚନା ଦେଇଛନ୍ତି । ସୁସ୍ଥହାର ୯୩ ପ୍ରତିଶତ ଥିବା ସେ କହିଛନ୍ତି। ଗତ ଜୁନ୍ ପ୍ରଥମ ସପ୍ତାହ ତଥା ଜୁନ ୪ ରେ ସହରରେ ପଥମ କରୋନା ଆକ୍ରାନ୍ତ ଚହ୍ନଟ ହୋଇ ଏହି ସଂଖ୍ୟା ବର୍ତ୍ତମାନ ୮୬ରେ ସୀମିତ ରହିଛି । ଅଞ୍ଚଳର ୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେଣି। ଏଥିରେ ଜଣେ କରୋନା ଯୋଦ୍ଧା ଅର୍ଥାତ ଆଇଆଇସି ଦିଲ୍ଲୀପ କୁମାର ସାହୁ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।