ଗଞ୍ଜାମ ବ୍ଲକରେ କରୋନା ସ୍ଥିତି ନିୟନ୍ତ୍ରଣ ଅଛି: ତହସିଲଦାର

ଗଞ୍ଜାମ,୧୧।୭(ଡି.ଏନ୍‌.ଏ.): ମହାମାରୀ କରୋନା ସମଗ୍ର ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି l ରାଜ୍ୟର ଅନ୍ୟ ଜିଲାଠାରୁ ଗଞ୍ଜାମ ଜିଲାରେ ସବୁଠାରୁ ଅଧିକ ପ୍ରଭାବ ପକାଇଛି ଏହି ଭୟାଭୟ କରୋନା। ଏଠାରେ ଦୈନଦିନ ୨୦୦ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍‌ ବାହାରୁଥିବା ବେଳେ ଏହାକୁ ନେଇ ଏବେ ଜିଲା ପ୍ରଶାସନର ଚିନ୍ତା ବଢ଼ିଯାଇଛି। ଅପରପକ୍ଷେ ଜିଲାର ଅନ୍ୟ ବ୍ଲକଠାରୁ ଗଞ୍ଜାମ ବ୍ଲକରେ କରୋନା ସ୍ଥିତି ନିୟନ୍ତ୍ରଣ ଥିବା କହିଛନ୍ତି ତହସିଲଦାର ଅବନୀ କୁମାର ସାହୁ। ଏଠି କାଁ ଭାଁ ଆକ୍ରାନ୍ତ ଚି଼ହ୍ନଟ ହେଉଥିବା ସେ କହିଛନ୍ତି। ଯଦି କୌଣସି ବ୍ୟକ୍ତିଙ୍କ କରୋନା ଲକ୍ଷଣ ଦେଖାଯାଏ, ତାହେଲେ ସଙ୍ଗେ ସଙ୍ଗେ ଉକ୍ତ ଅଞ୍ଚଳକୁ ସିଲ କରାଯିବା ସହ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ତହସିଲଦାର କହିଛନ୍ତି l

Share