ଗୃହରେ କରୋନା ଝଡ଼

ଭୁବନେଶ୍ୱର,୧ା୧୦(ବ୍ୟୁରୋ):ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ସରକାରଙ୍କୁ ଘେରିଥିଲେ ବିରୋଧୀ। କରୋନା ମହାମାରୀ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳତା ନେଇ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିବା ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ପ୍ରଥମ ଘଣ୍ଟା ପ୍ରଶ୍ନକାଳ ବାତିଲକୁ କଂଗ୍ରେସ ବିରୋଧ କରିବା ସହ ଏହା ଗୃହର ମୌଳିକ ଅଧିକାର କ୍ଷୁଣ୍ଣ କରୁଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ। ସେହିଭଳି ଭାଜପା ପକ୍ଷରୁ ମଧ୍ୟ ପ୍ରଶ୍ନକାଳ ବାତିଲକୁ ବିରୋଧ କରାଯାଇଥିଲା।

କରୋନାକୁ ନେଇ ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିବୃତି ପରେ ଉଭୟ ଭାଜପା ଓ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଥିଲେ। ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ବେଳେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ, କୋଭିଡ୍‌ ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ସରକାର ସ୍ବାର୍ଥପର ଭଳି କେବଳ ଗଞ୍ଜାମ ଜିଲାକୁ ପ୍ରାଧାନ୍ୟ ଦେଇଛନ୍ତି। ଅନ୍ୟ ଜିଲାଗୁଡ଼ିକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ରାଜ୍ୟ ସରକାର କୋଭିଡ୍‌ ବାହାନାରେ ଯେତିକି ଅର୍ଥ ବ୍ୟୟ କରିଛନ୍ତି ସେଭଳି ଭାବେ କିନ୍ତୁ ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି ବିକଶିତ ହୋଇପାରିନି। ସରକାରୀ ଅର୍ଥକୁ ବରବାଦ କରାଯାଇଛି। ଓଡ଼ିଶା ସରକାର ଘରୋଇ ହସ୍ପିଟାଲକୁ ପୋଷିବା ପାଇଁ ସେମାନଙ୍କ କୋଠାରେ କୋଭିଡ୍‌ ହସ୍ପିଟାଲ କରିଥିବା ସେ କହିଥିଲେ। ଘରୋଇ ହସ୍ପିଟାଲଗୁଡ଼ିକ ସବୁ ବ୍ୟବସ୍ଥା ଥାଇ ମଧ୍ୟ ରୋଗୀଙ୍କୁ ଆଡ୍‌ମିଟ୍‌ କରୁନାହାନ୍ତି। କୋଭିଡ୍‌ କେୟାର ସେଣ୍ଟରରେ ଅବ୍ୟବସ୍ଥା କଥା ମଧ୍ୟ ନାଏକ କହିଥିଲେ। ୩ରୁ ୪ଦିନ ପର୍ଯ୍ୟନ୍ତ କୋଭିଡ୍‌ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଉନାହିଁ। ଡାକ୍ତରମାନେ ରୋଗୀଙ୍କୁ ଛୁଉଁନାହାନ୍ତି। ସେହିଭଳି କେନ୍ଦ୍ର ସରକାର ଓଡ଼ିଶାକୁ ୫୬୭ ଭେଣ୍ଟିଲେଟର ଦେଇଥିବା ବେଳେ ଏପର୍ଯ୍ୟନ୍ତ ୪୨୦ଟି ଭେଣ୍ଟିଲେଟର ବ୍ୟବହାର ନ ହୋଇ ପଡ଼ିରହିଥିବା ସେ ଅଭିଯୋଗ କରିଥିଲେ। ଭାଜପା ବିଧାୟକ ଜୟନାରାୟଣ ମିଶ୍ର ରାଜ୍ୟରେ ସ୍ବାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ବୋଲି କହିଥିଲେ। ସରକାର କେବଳ ଶ୍ରେୟ ନେବାକୁ ଚାହିଁ ବସିଛନ୍ତି। ମନ୍ତ୍ରୀଙ୍କ ଉତ୍ତର ବାସ୍ତବ ତଥ୍ୟଠାରୁ ସମ୍ପୂର୍ଣ୍ଣ ଅଲଗା। ଅଣକୋଭିଡ୍‌ ରୋଗୀମାନଙ୍କୁ ଚିକିତ୍ସା ସୁବିଧା ନ ମିଳିବାରୁ ବହୁ ରୋଗୀ ଜୀବନ ହରାଉଛନ୍ତି ବୋଲି ସେ କହିଥିଲେ।

ନରସିଂହ ମିଶ୍ର ଗୃହରେ ସରକାର ଦେଉଥିବା ତଥ୍ୟ ଓ ବାସ୍ତବତା ମଧ୍ୟରେ ବହୁ ଫରକ ଥିବା କହିଥିଲେ। ସରକାର ଯେତେ ତଥ୍ୟ ଦେଇଛନ୍ତି ତାହା କେବଳ କାଗଜ କଲମରେ ସତ୍ୟ। କୋଭିଡ୍‌ ରୋଗୀମାନଙ୍କୁ ଖାଇବାକୁ ମିଳୁନି, ମେଡିସିନ୍‌ ମିଳୁନି କି ଚିକିତ୍ସା ସୁବିଧା ମିଳୁନି। ହେଲେ ରାଜ୍ୟ ସରକାର ମେଡିସିନ୍‌ ବଳକା ଥିବା ତଥ୍ୟ ଦେଖାଉଛନ୍ତି। ସିଏଚ୍‌ସି, ପିଏଚ୍‌ସି କି ଜିଲା ମୁଖ୍ୟ ହସ୍ପିଟାଲରେ ଡାକ୍ତର ନାହାନ୍ତି। କେବଳ ଡାଟା ଦେଖାଇ କୋଭିଡ୍‌ ପରିଚାଳନାରେ ଶ୍ରେଷ୍ଠ ରାଜ୍ୟ ଓ ନିଜକୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ କହୁଛନ୍ତି। ଡାଟା, ଷ୍ଟାଟିଷ୍ଟିକ୍ସରେ ଲୋକଙ୍କ ପେଟ ପୂରିବନାହିଁ ବୋଲି ସେ କହିଥିଲେ। ସରକାର ତଥ୍ୟ ସଂଗ୍ରହ ଆଳରେ ତଥ୍ୟ ଲୁଚାଇବାକୁ ଚେଷ୍ଟା କରୁଥିବା ଦର୍ଶାଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ହୀରାକୁଦର ଜଳ ପରିଚାଳନା ଭଳି ରାଜ୍ୟ ସରକାର କୋଭିଡ୍‌ ପରିଚାଳନା କରୁଥିବା କହିଥିଲେ। ଭାଜପା ବିଧାୟିକା କୁସୁମ ଟେଟେ, ବିଧାୟକ କେ. ନାରାୟଣ ରାଓ, କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ପ୍ରମୁଖ କୋଭିଡ୍‌ ପରିଚାଳନା ନେଇ ସରକାରଙ୍କ ଉପରେ ବର୍ଷିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ପୋଲିସର ଭୁବନେଶ୍ୱରରେ ବଡ଼ ବୈଠକ, ଯୋଗଦେବେ…

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri