କରୋନା ଲକ୍ଷଣଥିଲେ  ଜିରୋ ନାଇଟ ସେଲିବ୍ରେଶନ  ଘରେ କରନ୍ତୁ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୩୦।୧୨:  ରାଜ୍ୟରେ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶନିବାର ଆଉ ଜଣେ ଆକ୍ରାନ୍ତ  ଚିହ୍ନଟ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି । ଏହାକୁ ଦୃଷ୍ଟିରେ ରଖି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି, ଏହା ବିଶେଷ ଚିନ୍ତାଜନକ ବିଷୟ ହୋଇ ନ ଥିଲେ ମଧ୍ୟ  ଲୋକ ନିଜେ ସତର୍କ  ରହିବା ଉଚିତ୍‌।
ଏଥିସହ ଥଣ୍ଡା, ଜ୍ୱର, କାଶରେ ଆକ୍ରାନ୍ତ ହୋଇଥିଲେ ଘରେ ଜିରୋ ନାଇଟ ସେଲିବ୍ରେଶନ କରିବା ସହ ନୂଆ ବର୍ଷ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
Share