ଆଜି ୧୪ ମୁଣ୍ଡ ନେଲା କରୋନା: ରାୟଗଡ଼ାରୁ ସର୍ବାଧିକ

ଭୁବନେଶ୍ୱର,୨।୫(ବ୍ୟୁରୋ): ଗୋଟିଏ ପଟେ କରୋନାର ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଲଗାତାର ଭାବେ ବଢ଼ୁଥିବା ନଜର ଆସୁଛି। ଏହି କ୍ରମରେ ରବିବାର ଆଉ ୧୪ ମୁଣ୍ଡ ନେଇଛି କରୋନା। ମୃତକଙ୍କ ମଧ୍ୟରୁ ଭୁବନେଶ୍ୱରରୁ ଜଣେ, ବୌଦ୍ଧରୁ ଜଣେ, ବଲାଙ୍ଗୀରରୁ ଜଣେ, ଭଦ୍ରକରୁ ୭୯, ଦେବଗଡ଼ରୁ ଜଣେ, ଗଞ୍ଜାମରୁ ଜଣେ, ଜଗତ୍‌ସିଂହପୁରୁ ଜଣେ, କେନ୍ଦୁଝରରୁ ୨ଜଣ, ରାୟଗଡ଼ାରୁ ୪ଜଣ, ସୁନ୍ଦରଗଡ଼ରୁ ଜଣେ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨ହଜାର ୬୮କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସକାଳେ ଟୁଇଟ୍‌ କରି ସୂଚନା ଦିଆଯାଇଛି।

Share