ଆଉ ୨୮ ମୁଣ୍ଡ ନେଲା କରୋନା: ଭୁବନେଶ୍ୱରରୁ ସର୍ବାଧିକ

ଭୁବନେଶ୍ୱର,୨୩।୫(ବ୍ୟୁରୋ): ରବିବାର ରାଜ୍ୟରେ ଆଉ ୨୮ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୪୮୪ କୁ ବୃଦ୍ଧି ପାଇଛି। ତେବେ ମୃତକଙ୍କ ମଧ୍ୟରେ ଭୁବନେଶ୍ୱରରୁ ୫, କଳହାଣ୍ଡିରୁ ୪, ସୁନ୍ଦରଗଡ଼ରୁ ୪, କେନ୍ଦ୍ରାପଡ଼ାରୁ ୩, ଅନୁଗୋଳରୁ ୩, ନବରଙ୍ଗପୁରରୁ ୨, ପୁରୀରୁ ୨, ରାୟଗଡ଼ାରୁ ୨, ଗଞ୍ଜାମରୁ ଜଣେ, ଗଜପତିରୁ ଜଣେ, ଖୋର୍ଦ୍ଧାରୁ ଜଣେ, ନୂଆପଡ଼ାରୁ ଜଣେ ଲେଖାଏ ଆକ୍ର୍ରାନ୍ତ ରହିଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

Share