ରାଜ୍ୟରେ ଆଉ ୫ ଜୀବନ ନେଲା କରୋନା: ମୃତ୍ୟୁସଂଖ୍ୟା ୧୫୯କୁ ବୃଦ୍ଧି

ଭୁବନେଶ୍ୱର,୨୯ା୭(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଜନିତ ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। ବୁଧବାର ଆଉ ୫ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୫୯ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ମୃତକମାନଙ୍କ ମଧ୍ୟରେ ଗଞ୍ଜାମ, ଫୁଲବାଣୀ, ବାଲେଶ୍ୱର, ପୁରୀ ଏବଂ ମାଲକାନଗିରିରୁ ଜଣେ ଲେଖାଏ ଅଛନ୍ତି। ବାଲେଶ୍ୱରର ଜଣେ ୪୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ସେ ଡାଇବେଟସ୍‌ ଏବଂ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ। ସେହିପରି ପୁରୀର ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମର ଜଣେ ୬୦ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ଡାଇବେଟିସ୍‌ ଏବଂ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ। ଫୁଲବାଣୀର ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ଲିଭର ଏବଂ ଜଣ୍ଡିସ୍‌ ରୋଗରେ ପୀଡ଼ିତ ଥିଲେ। ସେହିପରି ମାଲକାନଗିରିର ଜଣେ ୬୨ ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ମଧ୍ୟ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯,୧୭୫ରେ ପହଞ୍ଚିଥିବା ବେଳେ ୧୮,୦୬୧ ଜଣ ସୁସ୍ଥ ହୋଇଛନ୍ତି। ୧୦,୯୨୦ ଚିକିତ୍ସିତ ହେଉଛନ୍ତି। ୧୫୯ ଜଣଙ୍କ ଜୀବନ ନେଇ ସାରିଲାଣି କରୋନା।


Enter your email to get our daily news in your inbox.

All Right Reserved By Dharitri.Com

ରାଜାଙ୍କୁ ୩ଦିନ ରିମାଣ୍ଡରେ ନେବ ଇଓଡବ୍ଲ୍ୟୁ

ଭୁବନେଶ୍ୱର,୧୯।୩: ବିଜେଡି ନେତା ରାଜା ଚକ୍ରଙ୍କୁ ୩ଦିନ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ । ଏନେଇ ଶୁଣାଣି ପାଇଁ କୋର୍ଟରେ ହାଜର ହୋଇଛନ୍ତି ରାଜା ଚକ୍ର...

ହାଇକୋର୍ଟରେ ଆପାର୍ଟମେଣ୍ଟ ପଞ୍ଜୀକରଣ ମାମଲା: ସମୟ ନେଲେ ସରକାର

ଭୁବନେଶ୍ୱର,୧୯।୩: ବର୍ଷ ବର୍ଷ ଧରି ବନ୍ଦ ରହିଛି ଆପାର୍ଟମେଣ୍ଟ ପଞ୍ଜୀକରଣ। ବର୍ତ୍ତମାନ ମାମଲା ହାଇକୋର୍ଟରେ ପହଞ୍ଚିଛି। ତେବେ ଜବାବ ଦାଖଲ ପାଇଁ ସମୟ ନେଇଛନ୍ତି ରାଜ୍ୟ...

ମାଗଣା ବିଜୁଳିକୁ ନେଇ ବଡ଼ ଅପଡେଟ୍‌, ସରକାର କହିଲେ…

ଭୁବନେଶ୍ୱର,୧୯।୩: ମାଗଣା ବିଜୁଳିକୁ ନେଇ ବଡ଼ ଅପଡେଟ୍‌। ଯୋଜନାକୁ ନେଇ ବିଧାନସଭାରେ ବଡ଼ ସୂଚନା ଦେଲେ ରାଜ୍ୟ ସରକାର। ସରକାର ଗୃହରେ କହିଛନ୍ତି, ପିଏମ ସୂର୍ଯ୍ୟଘର...

ଆଜିଠୁ ମାଟ୍ରିକ୍‌ ଖାତାଦେଖା: ସି-ସେଟ୍‌ ବିଜ୍ଞାନରେ ମିଳିବ ଗ୍ରେସ୍‌ ମାର୍କ

କଟକ,୧୯ା୩(କାର୍ତ୍ତିକ ସାହୁ):ଚଳିତବର୍ଷର ମାଟ୍ରିକ୍‌ ପରୀକ୍ଷା ଖାତାଦେଖା ୧୯ ତାରିଖ ବୁଧବାରଠାରୁ ଆରମ୍ଭ ହେଉଛି। ରାଜ୍ୟର ମୋଟ ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହେବ। ସେହିପରି ଏକସଙ୍ଗେ...

ବ୍ୟବସାୟରେ ସ୍ବଚ୍ଛତା, ଉତ୍ପାଦରେ ଶୁଦ୍ଧତା ଜରୁରୀ

ମାତ୍ର ୩୫ବର୍ଷ ବୟସରେ ଜଣେ ସଫଳ ଯୁବ ଉଦ୍ୟୋଗୀର ପରିଚୟ ପାଇଛନ୍ତି ଜାଭେରୀ ଜେମ୍ସ ଆଣ୍ଡ ଜୁଏଲର୍ସର ମ୍ୟାନେଜିଂ ପାର୍ଟନର୍‌ ସଞ୍ଜିବ କୁମାର ସାହୁ। ସଞ୍ଜିବ...

ଗୁଣି ସନ୍ଦେହରୁ ଗୋଷ୍ଠୀ ସଂଘର୍ଷ: ବାପପୁଅଙ୍କ ସମେତ ୩ ମୃତ, ଖାରିପଲ୍ଲୀ ଗାଁରେ ଉତ୍ତେଜନା

ଧରାକୋଟ/ବ୍ରହ୍ମପୁର,୧୮ା୩(ବିଷ୍ଣୁକେଶରୀ ଆଚାର୍ଯ୍ୟ/ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ବାସ ପୁଣିଥରେ ମୁଣ୍ଡ ନେଇଛି। ବଡ଼ଗଡ଼ ଥାନା ଅନ୍ତର୍ଗତ ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ...

ଅଜା, ଆଈ ଭରସାରେ ଭିନ୍ନକ୍ଷମ ଜଗଦୀଶ

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ମା’ବାପା ମାନସିକ ରୋଗାକ୍ରାନ୍ତ ହୋଇଥିବାବେଳେ ସେମାନଙ୍କର ୫ ବର୍ଷର ଭିନ୍ନକ୍ଷମ ଶିଶୁପୁତ୍ର ଅଜା, ଆଈଙ୍କ ଭରସାରେ ଜୀବନ ବିତାଉଛନ୍ତି। ଏଭଳି...

ବରଗଡ଼ର ଅଧିଷ୍ଠାତ୍ରୀ ମା’ ସମଲେଇଙ୍କ ଶୀତଳ ଯାତ୍ରା, ଏକ ଅନନ୍ୟ ପରମ୍ପରା

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ଶୀତଳ ଯାତ୍ରା ଏକ ଅନନ୍ୟ ପରମ୍ପରା। ପ୍ରତିବର୍ଷ ଚୈତ୍ର ମାସ ମଙ୍ଗଳବାର ଏହା ଅନୁଷ୍ଠିତ ହୋଇଥାଏ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image