କରୋନା ଆତଙ୍କ: ୬୦୦ ବିଲ୍ଡିଂ ସିଲ୍‌

ମୁମ୍ବାଇ,୩।୪: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସ୍ଥିତି ବେକାବୁ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଯୋଗୁ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ମୁମ୍ବାଇରେ ଇତିମଧ୍ୟରେ ୬୦୦ ବିଲ୍ଡିଂକୁ ସିଲ୍‌ କରାଯାଇଛି। ଯେଉଁସବୁ ବିଲ୍ଡିଂରେ କରୋନା ପଜିଟିଭ୍‌ ରହିଥିତ୍ବା ସୂଚନା ମିଳୁଛି ସେ ସବୁକୁ ୧୪ ଦିନ ଲାଗି ସିଲ୍‌ କରି ଦିଆଯାଉଛି। ସେହିପରି ପୁଣେରେ ଶନିବାରଠାରୁ ୭ ଦିନିଆ ୧୨ ଘଣ୍ଟିଆ କର୍ଫ୍ୟୁ ଆରମ୍ଭ ହୋଇଛି। ସନ୍ଧ୍ୟା ୬ରୁ ସକାଳ ୬ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ। ସିନେମା ହଲ୍‌, ଧାର୍ମିକସ୍ଥଳ ଗୁଡ଼ିକୁ ୭ ଦିନ ପାଇଁ ବନ୍ଦ କରି ଦିଆଯାଇଛି। କରୋନା ସଂକ୍ରମଣ ତୀବ୍ର ବେଗରେ ବ୍ୟାପୁଥିବାରୁ ମହାରାଷ୍ଟ୍ରରେ ଲକ୍‌ଡାଉନ୍‌ ଘୋଷଣା ସମ୍ପର୍କରେ ଆସନ୍ତା ୨ ଦିନ ମଧ୍ୟରେ ନିଷ୍ପତ୍ତି ଗ୍ରହଣ କରାଯିବ।

Share