କରୋନା ଆତଙ୍କ: ୯ ରାଜ୍ୟ ସରକାରଙ୍କୁ ସତର୍କ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ,୮।୩: ଭାରତରେ କରୋନା ପୁଣି ଆତଙ୍କ ସୃଷ୍ଟି କରିଛି। ପୂର୍ବରୁ ମହାରାଷ୍ଟ୍ର ଏବଂ ପଞ୍ଜାବ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏବେ ଏହି ତାଲିକାରେ କେରଳ, ତାମିଲନାଡୁ, ମଧ୍ୟପ୍ରଦେଶ, ଦିଲ୍ଲୀ, ଗୁଜରାଟ, କର୍ନାଟକ ଏବଂ ହରିୟାଣା ଆଦି ରାଜ୍ୟ ଯୋଡ଼ି ହୋଇଛନ୍ତି। ଏସବୁ ୯ ରାଜ୍ୟ ସରକାରଙ୍କୁ ସତର୍କ ରହିବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଆକ୍ରାନ୍ତରେ ଦେଶରେ ୯୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୮ ହଜାର ୫୯୯ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସ୍ଥିତିକୁ ନିୟନ୍ତ୍ରିତ କରିବା ଲାଗି ଉଦ୍ୟମ ଅବ୍ୟାହତ ରହିଛି।

Share