ପୁଣି କରୋନା ଆତଙ୍କ: ୨୪ ଘଣ୍ଟାରେ ୫ ମୃତ, ସକ୍ରିୟ ମାମଲା ୪୦୦୦ ଟପିଲା…

ନୂଆଦିଲ୍ଲୀ,୭।୧ : କରୋନା ମହାମାରୀ ପୁଣି ଥରେ ଦେଶରେ ଆତଙ୍କ ସୃଷ୍ଟି କରୁଛି। ଏହାର ଆକ୍ରାନ୍ତ ହେଉଥିବା ଲୋକଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନୂତନ ଆକଳନ ଅନୁସାରେ ସକ୍ରିୟ ମାମଲା ୪ ହଜାର ଅତିକ୍ରମ କରିଛି। ଏହା ସହିତ, କରୋନା ଜେଏନ.୧ ର ନୂତନ ଭାରିଆଣ୍ଟ ମଧ୍ୟ ଦ୍ରୁତ ଗତିରେ ବିସ୍ତାର କରୁଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୭୫୬ ଜଣ ନୂଆ କରୋନା ଆକ୍ରାନ୍ତ ହୋଇଥିବାବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି। କେରଳ ଏବଂ ମହାରାଷ୍ଟ୍ରରେ ଦୁଇ ଦୁଇ ଜଣ ଏବଂ ଜମ୍ମୁ-କଶ୍ମୀରରେ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ସକ୍ରିୟ ମାମଲା ସଂଖ୍ୟା ମଧ୍ୟ ୪,୦୪୯ ରେ ପହଞ୍ଚିଛି।

Share