Categories: ଜାତୀୟ

କରୋନା ଆତଙ୍କ ହେବ ଶେଷ: କୋଭିଶିଲ୍ଡ୍‌-କୋଭାକ୍ସିନ୍‌କୁ ଡିସିଜିଆଇ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ,୩।୧: ଭାରତରେ କରୋନା ଆତଙ୍କ ଏବେ ଶେଷ ହେବା ନେଇ ଲୋକଙ୍କ ମଧ୍ୟରେ ଆଶା ସୃଷ୍ଟି ହୋଇଛି। ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ପକ୍ଷରୁ ଦେଶରେ କୋଭିଶିଲ୍ଡ୍‌ ଏବଂ କୋଭାକ୍ସିନ୍‌କୁ କରୋନା ପ୍ରତିଷେଧକ ଟିକାକୁ ଜରୁରୀକାଳୀନ ସ୍ଥିତିରେ ବ୍ୟବହାର ପାଇଁ ମଞ୍ଜୁରୀ ଦିଆଯାଇଛି। ଭାରତରେ କରୋନା ଟିକା ବ୍ୟବହାର କରାଯିବା ଲାଗି ଡିସିଜିଆଇ ଅନୁମତି ଦେଇଛନ୍ତି। ଏହି ଦୁଇ ଟିକା ସୁରକ୍ଷିତ ଏବଂ ଏହାର ବ୍ୟବହାର କରାଯାଇପାରିବ ବୋଲି ଡିସିଜିଆଇ ପକ୍ଷରୁ ଭି.ଜି. ସୋମାନି କହିଛନ୍ତି। ଏହାଦ୍ୱାରା ଏବେ କୋଭିଶିଲ୍ଡ୍‌ ଏବଂ କୋଭାକ୍ସିନ୍‌ ଟିକାକୁ ସାର୍ବଜନୀକ ଭାବେ ଦିଆଯାଇପାରିବ। ଦେଶରେ କରୋନା ଟିକାକରଣ ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। କିଭଳି ସୁବିଧାରେ ସାର୍ବଜନୀକ ଟିକାକରଣ କାର୍ଯ୍ୟ ସମ୍ପନ୍ନ ହେବ ସେ ନେଇ ଦେଶବ୍ୟାପୀ ଜାନୁୟାରୀ ୨ଠାରୁ ଟିକାଦାନର ଡ୍ରାଏ ରନ୍‌ ଆରମ୍ଭ କରାଯାଇଛି।

Share