ନୂଆଦିଲ୍ଲୀ,୧୮।୧୧: ଦିଲ୍ଲୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ନୋଏଡ଼ା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ନୋଏଡ଼ା ସୀମାରେ ର଼୍ୟାଣ୍ଡମ୍ ଟେଷ୍ଟିଂ ଆରମ୍ଭ ହୋଇଛି। ପ୍ରତିଦିନ ଦିଲ୍ଲୀ-ନୋଏଡ଼ା ମଧ୍ୟରେ ବହୁ ଲୋକ ଯିବା ଆସିବା କରିଥାନ୍ତି। ସେମାନଙ୍କର ପରୀକ୍ଷା ଲାଗି ପ୍ରଶାସନ ପକ୍ଷରୁ ଏଭଳି ଉଦ୍ୟମ ଜାରି ରହିଛି। ସୀମା ପାର କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଯୋଜନାବଦ୍ଧ ଭାବେ ଟେଷ୍ଟିଂ କରାଯାଉଥିବା କୁହାଯାଉଛି।