ପୁରୀ ଅଫିସ,୨୫ା୬: କୋଭିଡ୍ ଗାଇଡ୍ଲାଇନ୍କୁ କଡ଼ାକଡ଼ି ଭାବେ ପାଳନ କରାଯିବ। କରୋନା ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପ୍ରତି ମଧ୍ୟ ଗୁରୁତ୍ୱ ରହିବ। ଏମିତି କିଛି ସର୍ତ୍ତ ରଖି ପୁରୀ ରଥଯାତ୍ରାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। ମାତ୍ର ରଥଯାତ୍ରା ପହଣ୍ଡି ସମୟରେ ଜଣେ ସେବାୟତ କରୋନା ପଜିଟିଭ୍ ଜଣାପଡ଼ିବା ପରେ ଏହାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଆଗକୁ ଘୋଷଯାତ୍ରାର ଅନେକ ବିଧି ରହିଥିବାରୁ କିପରି ରଥଯାତ୍ରାରେ ସଂପୃକ୍ତ ସେବାୟତ ଓ ଅନ୍ୟମାନଙ୍କୁ ସଂକ୍ରମଣରୁ ଦୂରେଇ ରଖାଯାଇ ପାରିବ ସେଥିଲାଗି କେରୋନା ଟେଷ୍ଟ କରାଯାଉଛି। ଗୁରୁବାର ୩ଟି ଶିବିର କରାଯାଇ ସୁଆର ମହାସୁଆର ନିଯୋଗ, ପୁଷ୍ପାଳକ ନିଯୋଗ, ବିମାନବଡୁ ନିଯୋଗ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯାଉଛି।