ଦେଶରେ କରୋନାର ତୃତୀୟ ଲହର!

ନୂଆଦିଲ୍ଲୀ,୩୦ ।୧୨: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଲାଣି । କୋଭିଡର ନୂଆ ଭାରିଏଣ୍ଟ ଆଶା କରାଯାଉଥିବା ତୁଳନାରେ ଅଧିକ ବଢିବାରେ ଲାଗିଛି । ଏହି କ୍ରମରେ ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ୨ ଗୁଣା ହୋଇଥିବା ସୂଚନା ରହିଛି । ସେହିପରି ବୁଧବାର ଆସିଥିବା ରିପୋର୍ଟ ଅନୁଯାୟୀ ଦିଲ୍ଲୀରେ ୯୩୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେହିପରି ମୁମ୍ବାଇରେ ମଧ୍ୟ ୨୪ ଘଣ୍ଟାରେ ୨୫୧୦ ନୂଆ କରୋନା ସଂକମ୍ରିତ ଚିହ୍ନଟ ହେବା ଚିନ୍ତାର ବିଷୟ ପାଲଟିଛି । ଏହାକୁ ଦେଖି ଦେଶରେ କରୋନାର ତୃତୀୟ ଲହର ଆଶଙ୍କା କରାଯାଉଛି । ସେପଟେ ଓମିକ୍ରନର ଦ୍ରୁତ ବୃଦ୍ଧି ମଧ୍ୟ ଚିନ୍ତାରେ ପକାଇଲାଣି ।

Share