ଗୋଟିଏ ପରିବାରର ୩ ଭାଇଙ୍କୁ କରୋନା: ୭ ଦିନ ଶଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ବୁଗୁଡ଼ା,୨୮ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଏ. କରଡ଼ାବାଡ଼ି ପଞ୍ଚାୟତ ଅନ୍ତର୍ଗତ ସୋରଡ଼ ଗ୍ରାମରେ ରବିବାରଠାରୁ ଆସନ୍ତା ଶନିବାର ପର୍ଯ୍ୟନ୍ତ ଜିଲାପାଳ କ୍ଷମତା ପ୍ରଯୋଗ କରି ସରପଞ୍ଚ ଖଦାଳୀ ପ୍ରଧାନ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। କାରଣ ସୋରଡ଼ ଗ୍ରାମରେ ଗୋଟିଏ ପରିବାରର ୩ ଭାଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ପ୍ରଶାସନ ପକ୍ଷରୁ ଚିକିତ୍ସା ପାଇଁ କୋଭିଡ୍‌ ହସ୍ପିଟାଲ ପଠାଯାଇଛି। ତେଣୁ ଗ୍ରାମରେ କରୋନା ସଂକ୍ରମଣ ପ୍ରତିହତ ଲାଗି ଆଜିଠାରୁ ୭ ଦିନ ପର୍ଯ୍ୟନ୍ତ ଶଟ୍‌ଡାଉନ ଘୋଷଣା କରାଯାଇଛି। ଏନେଇ ବିଡିଓ ତନ୍ମୟ ପାତ୍ରଙ୍କୁ ଅବଗତ କରାଇଥିବା ସରପଞ୍ଚ କହିଛନ୍ତି।