Categories: ଜାତୀୟ

୪୬ ମହିଳା କଏଦୀଙ୍କୁ କରୋନା

ଚଣ୍ଡିଗଡ,୩୦।୩: ପଞ୍ଜାବରେ କରୋନା ଦ୍ରୁତ ଗତିରେ ବ୍ୟାପିଛି। ମଙ୍ଗଳବାର ପଟିଆଲାର ନଭା ଜିଲା ଜେଲରେ ୪୬ ଜଣ ମହିଳା କଏଦୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ସେମାନେଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି। ସୂଚନାନୁସାରେ, ନବାଙ୍କ ନୂତନ ଜଲା ଜେଲର ମହିଳା ବ୍ୟାରେକରେ ଏବେ ପ୍ରାୟ ୧୦୦ କଏଦୀ ଅଛନ୍ତି। ଏହି କଏଦୀଙ୍କର କୋଭିଡ ରୁଟିନ ସ୍କ୍ରିନିଂ ପାଇଁ ନମୁନା ସଂଗ୍ରହ କରାଯାଇଥିଲା। ଏହି ରିପୋର୍ଟରେ ୪୬ ଜଣ ପଜିଟିଭ୍‌ ଥିବା ଜଣାପଡିଛି। ରିପୋର୍ଟ ଆସିବା ମାତ୍ରେ ଜେଲ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇଛି। ଏଥି ସହିତ ଜେଲରେ ଥିବା ପ୍ରାୟ ୫୦୦ ପୁରୁଷ କଏଦୀଙ୍କ ନମୁନା ମଧ୍ୟ ସଂଗ୍ରହ କରାଯାଉଛି। ସଂକ୍ରମିତ ମହିଳା କଏଦୀଙ୍କ ଅବସ୍ଥା ସ୍ଥିର ଅଛି। ସେମାନଙ୍କ ମଧ୍ୟରେ କୌଣସି କରୋନାର ଲକ୍ଷଣ ନାହଁି ବୋଲି ସିଭିଲ ସର୍ଜନ ଡା. ସତିନ୍ଦର ସିଂ ସୂଚନା ଦେଇଛନ୍ତି।

Share