Categories: ଜାତୀୟ

ସୁପ୍ରିମକୋର୍ଟ ୫ ବିଚାରପତିଙ୍କୁ କରୋନା: ସମଲିଙ୍ଗୀ ବିବାହ ମାମଲା ଶୁଣାଣିରେ ବିଳମ୍ବ…

ନୂଆଦିଲ୍ଲୀ,୨୩।୪ : ସମଗ୍ର ଦେଶରେ କରୋନା ସଂକ୍ରମଣ ମାମଲାରେ ଦ୍ରୁତ ଗତିରେ ଚାଲିଛି। ଏଥି ସହିତ ସୁପ୍ରିମକୋର୍ଟର ପାଞ୍ଚ ଜଣ ବିଚାରପତି ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି।
ସେମାନଙ୍କ ମଧ୍ୟରେ ଦୁଇଜଣ ବିଚାରପତି ମଧ୍ୟ ଅଛନ୍ତି ଯେଉଁମାନେ ସମଲିଙ୍ଗୀ ବିବାହ ପାଇଁ ଆଇନଗତ ଅନୁମୋଦନ ଲୋଡିଛନ୍ତି।
ସୋମବାର ଏହି ମାମଲାର ଶୁଣାଣି ହେବାର ଥିଲା। କିନ୍ତୁ ବର୍ତ୍ତମାନ ଏହାକୁ ସ୍ଥଗିତ ରଖାଯାଇଛି। ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ। ବିଚାରପତି କରୋନାରେ ଆକ୍ରାନ୍ତ ହେବାରୁ ଅନ୍ୟ ମାମଲାର ଶୁଣାଣି ମଧ୍ୟ ପ୍ରଭାବିତ ହେବ ବୋଲି କୁହାଯାଉଛି।

ସୂଚନାନୁସାରେ, କରୋନା ସଂକ୍ରମିତ ହୋଇଥିବା ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ ଏସ ରବିନ୍ଦ୍ର ଭଟ୍ଟ, ଜଷ୍ଟିସ ଅନିରୁଦ୍ଧ ବୋଷ, ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ମନୋଜ ମିଶ୍ର ଏବଂ ଜଷ୍ଟିସ ଜେ.ବି ପରଦିୱାଲା ଅଛନ୍ତି।
କିଛି ଦିନ ପୂର୍ବରୁ ଜଷ୍ଟିସ ସୂର୍ଯ୍ୟକାନ୍ତ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ।
ଯଦିଓ ବର୍ତ୍ତମାନ ସେ ସଂକ୍ରମଣମୁକ୍ତ ହୋଇଯାଇଛନ୍ତି । ସୂଚନା ଅନୁଯାୟୀ, ଶୁଣାଣି ସ୍ଥଗିତ ରଖିବାର ଅଧିକ ସମ୍ଭାବନା ରହିଛି। ଅନ୍ୟପକ୍ଷରେ, ଯଦି ବିଚାରପତି ଏକ ଭର୍ଚୁଆଲ ଶୁଣାଣି କରିବାକୁ ଚାହାଁନ୍ତି, ତେବେ ପ୍ରକ୍ରିୟା ଜାରି ରହିପାରେ ।

Share