ଷ୍ଟେଟ୍‌ବ୍ୟାଙ୍କର ୭ କର୍ମଚାରୀଙ୍କୁ କରୋନା, ମୁଖ୍ୟ କାର୍ଯ୍ୟାଳୟ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ୱର,୪।୪(ବ୍ୟୁରୋ): ରାଜଧାନୀସ୍ଥିତ ଏସ୍‌ବିଆଇର ମୁଖ୍ୟ କାର୍ଯ୍ୟାଳୟ ରବିବାର ସିଲ୍‌ ହୋଇଛି। ଷ୍ଟେଟ୍‌ବ୍ୟାଙ୍କର ୭ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଥିବା ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ୪୮ ଘଣ୍ଟା ଅର୍ଥାତ୍‌ ୨ ଦିନ ପାଇଁ ଏସ୍‌ବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍‌ କରାଯାଇଥିବା ଜଣାପଡ଼ିଛି। ୬ ତାରିଖରୁ ସମସ୍ତ କର୍ମଚାରୀଙ୍କ ଆର୍‌ଟିପିସିଆର ଟେଷ୍ଟ କରାଯିବ ବୋଲି ବିଏମ୍‌ସି କମିଶନର କହିଛନ୍ତି।

Share