ଅଭିନେତା ପାର୍ଥ ସମ୍‌ଥାନଙ୍କୁ କରୋନା

ନୂଆଦିଲ୍ଲୀ,୧୩।୭: ଅଭିନେତା ପାର୍ଥ ସମ୍‌ଥାନ କରୋନାରେ ଆକ୍ରାନ୍ତ ହୋଇଛନ୍ତିି। ‘କସୌଟି ଜିନ୍ଦେଗୀ କେ’ ଟିଭି ସିରିୟଲରେ ଅନୁରାଗ ବସୁ ଭୂମିକାରେ ଅଭିନୟ କରି ସେ ଦର୍ଶକଙ୍କ ପ୍ରିୟପାତ୍ର ହୋଇପାରିଥିଲେ। ରବିବାର ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା କହିଛନ୍ତି। ଇନ୍‌ଷ୍ଟାଗ୍ରାମରେ ସେ ଏହିକଥା ଶେୟାର କରି ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି କରୋନା ଟେଷ୍ଟ କରିବା ଉଚିତ ବୋଲି କହିଛନ୍ତି। ସମସ୍ତେ ନିଜ ନିଜର ଯତ୍ନନେବା ସହ ସୁରକ୍ଷିତ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ପାର୍ଥଙ୍କ ସହକର୍ମୀ ଓ ସମର୍ଥକମାନେ ତାଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ପାର୍ଥଙ୍କ ଅସୁସ୍ଥତା କାରଣରୁ ଏବେ ଶୁଟିଂ ବନ୍ଦ କରାଯାଇଥିବା ପ୍ରଯୋଜକ ଏକ୍‌ତା କପୁର ପ୍ରକାଶ କରିଛନ୍ତି। ପ୍ରକାଶଥାଉ କି, ଟିଭି ଶୋ ‘ଗୁମ୍‌ରାହ’, ‘ଏଣ୍ଡ ଅଫ୍‌ ଇନୋସେନ୍ସ’, ସାବ୍‌ଧାନ ଇଣ୍ଡିଆ’, ‘ପ୍ୟାର୍‌ ତୁନେ କ୍ୟା କିୟା’ ଭଳି ଅନେକ ସିରିୟଲରେ ପାର୍ଥଙ୍କ ନିଖୁଣ ଅଭିନୟର ଯାଦୁ ଦେଖିବାକୁ ମିଳେ। ସୋସିଆଲ ମିଡିଆରେ ଫ୍ୟାନ୍‌ମାନେ ତାଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି।

Share