କଟକ ଅଫିସ,୫।୭: ଓଡ଼ିଶା ହାଇକୋର୍ଟର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ୱରସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହାକୁ ନେଇ ହାଇକୋର୍ଟ କର୍ମଚାରୀଙ୍କ ମଧ୍ୟରେ ଭୟ ଦେଖା ଦେଇଛି। ରବିବାର ଅଗ୍ନିଶମ ବିଭାଗ ପକ୍ଷରୁ ହାଇକୋର୍ଟ ପରିସରକୁ ବିଶୋଧନ କରାଯାଇଛି। ପାର୍କିଂଠାରୁ ଆରମ୍ଭ କରି ପୁରା ଅଫିସକୁ ବିଶୋଧନ କରାଯାଇଛି। ଅନ୍ୟପଟେ ହାଇକୋର୍ଟ କର୍ମଚାରୀ ସଂଘ ପକ୍ଷରୁ ଦୁଇ ସପ୍ତାହ ପାଇଁ ହାଇକୋର୍ଟ କାର୍ଯ୍ୟାଳୟ ବନ୍ଦ ରଖିବାକୁ ଦାବି କରାଯାଇଛି। ଏଥି ସହିତ ଆକ୍ରାନ୍ତ ଜଣକ ଅନେକ କର୍ମଚାରୀଙ୍କ ସମ୍ପର୍କରେ ଆସିଥିବା ଯୋଗୁ ସମସ୍ତ କର୍ମଚାରୀ ଏବଂ ତାଙ୍କ ପରିବାର ଲୋକଙ୍କ କରୋନା ପରୀକ୍ଷା କରାଇବାକୁ ଦାବି କରାଯାଇଛି।
ସୂଚନାଯୋଗ୍ୟ, କଟକ ସହରକୁ ଶଟଡାଉନ୍ ଘୋଷଣା ଯୋଗୁ ବୁଧବାର ପର୍ଯ୍ୟନ୍ତ ହାଇକୋର୍ଟ ବନ୍ଦ ରହିବ।