ହାଇଦରଙ୍କୁ କରୋନା: ସୁସ୍ଥ ହେଲେ ପୁଣି ଯିବେ ରିମାଣ୍ଡରେ !

ଭୁବନେଶ୍ୱର, ୧୭।୪(ବ୍ୟୁରୋ): ଗ୍ୟାଙ୍ଗଷ୍ଟର ହାଇଦର ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ସୁସ୍ଥ ହେବା ପରେ ତାଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରାଯିବ ବୋଲି କଟକ ଡିସିପି କହିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ହାଇଦର ଚୌଦ୍ୱାର ଜେଲ ଆଇସୋଲେଶନ ୱାର୍ଡରେ ରହିଛି। ଜେଲ କର୍ତ୍ତୃପକ୍ଷ ଚାହିଁଲେ ହାଇଦରକୁ ହସ୍ପିଟାଲ ପଠାଇ ପାରିବେ। ସେ ସୁସ୍ଥ ହେବାପରେ ପୁଣି ଥରେ ରିମାଣ୍ଡ ଆବେଦନ କରିବୁ ବୋଲି କଟକ ଡିସିପି କହିଛନ୍ତି ।
ପ୍ରକାଶ ଯେ, ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ ଚିହ୍ନଟ ହେବା ପରେ ରିମାଣ୍ଡ ସ୍ଥଗିତ କରାଯାଇଛି। ତାଙ୍କୁ ଏବେ ଜେଲରେ ୭ ଦିନ ଆଇସୋଲେଶନରେ ରଖାଯାଇଛି। ୭ ଦିନର ଅବଧି ସରିବା ପରେ ହାଇଦରଙ୍କ ଆର୍‌ଟିପିସିଆର ଟେଷ୍ଟ କରାଯିବ। ଏହାପରେ ରିମାଣ୍ଡ ପାଇଁ ଆବେଦନ କରିବ ପୋଲିସ। ଏ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।
ସୂଚନା ଥାଉକି, ଏପ୍ରିଲ ୧୦ରେ କଟକ ଏସ୍‌ସିବି ମେଡିକାଲରୁ ହାଇଦର୍‌ ଖସି ପଳାଇଥିଲେ। ପ୍ରାୟ ୫ଦିନ ପରେ ତାଙ୍କୁ ତେଲେଙ୍ଗାନାରୁ ଗିରଫ କରିଥିଲା କମିଶନରେଟ ପୋଲିସ ।

Share